କନକ ବ୍ୟୁରୋ: କେବଳ ଚାକିରୀ କିମ୍ବା ଜୀବିକା ନିର୍ବାହ ପାଇଁ ନୁହେଁ, ସମାଜ ଏବଂ ରାଷ୍ଟ୍ର ସେବା ଉଦ୍ଦେଶ୍ୟରେ ପାଠ ପଢିବା ଦରକାର । ଦୈନିକ ଭାସ୍କରର ପ୍ରତିଭା ସମ୍ମାନ ଉତ୍ସବରେ ଏହି ବାର୍ତ୍ତା ଦେଇଛନ୍ତି ଛତିଶଗଡ ବିଧାନସଭା ଅଧ୍ୟକ୍ଷ ଚରଣଦାସ ମହନ୍ତ । ମଙ୍ଗଳବାର ରାଇଗଡର ହୋଟେଲ ଟ୍ରିନିଟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ୧୦ମ ଏବଂ ଦ୍ୱାଦଶରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଦୈନକ ଭାସ୍କର ପ୍ରତିବର୍ଷ ଏହିଭଳି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଆସୁଛି । ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଏଥିରେ ସମ୍ମାନ ପ୍ରଦାନ କରାଯାଇଛି । ଏଥିରେ ରାଇଗଡସ୍ଥିତ ବେଦିକ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଫଳ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସେହିଭଳି ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରକାଶ ନାଏକ ସାମିଲ ହୋଇଥିଲେ । ବୋର୍ଡ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସେ ଶୁଭେଚ୍ଛା ଜଣାଇବା ସହ ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ । ମୋଟ ୧୧୫ ଜଣ ମେଧାବୀଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ଦଶମର ୭୦ ଏବଂ ଦ୍ୱାଦଶର ୪୫ଜଣ ସାମିଲ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/2fdf1c02-5d9b-4829-816e-4dda46f79c0c-1.jpg)