ତାଳଚେର ଥର୍ମାଲ ପାୱାର ପ୍ଲାଂଟରୁ ପୁଣି ବିଜୁଳି ଉତ୍ପାଦନ ଆରମ୍ଭ : ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ପରେ ଦୂର ହେଲା ଅଚଳାବସ୍ତା

ପ୍ରଦୂଷଣ ବୋର୍ଡର ମଂଜୁରୀ ନଥିବାରୁ ୩୧ ମାର୍ଚ୍ଚ ପରେ କ’ଣ ହେବ ବଢ଼ିଲା ଦ୍ୱନ୍ଦ୍ୱ

98

କନକ ବ୍ୟୁରୋ : ତାଳଚେର ଥର୍ମାଲ ପାୱାର ପ୍ଲାଂଟରୁ ପୁଣି ଆରମ୍ଭ ହୋଇଛି ବିଜୁଳି ଉତ୍ପାଦନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିବା ପରେ ବନ୍ଦ ଥିବା ଟିଟିପିଏସରୁ ପୁଣି ବିଜୁଳି ଉତ୍ପାଦନ ଆରମ୍ଭ କରାଯାଇଛି । ତେବେ କେବଳ ୬୦ ମେଗାୱାଟ କ୍ଷମତା ସଂପନ୍ନ ୟୁନିଟ-୩ରୁ ବିଜୁଳି ଉତ୍ପାଦନ ଆରମ୍ଭ କରିଛନ୍ତି ଟିଟିପିଏସ କର୍ତୃପକ୍ଷ । ତେବେ ଅନ୍ୟ ୟୁନିଟଗୁଡିକ କେବେ ଚାଲିବ ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗିରହିଛି ।

ମାର୍ଚ୍ଚ ୩୧ ପରେ ଏଗୁଡିକ ଚାଲୁ ରହିବ ନା ନାହିଁ ତାକୁ ନେଇ ସନ୍ଦେହ ଉପୁଜିଛି । କାରଣ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମଞ୍ଜୁରୀ ନଥିବା ଦର୍ଶାଇ ମାର୍ଚ୍ଚ ୩୧ରୁ ଏନଟିପିଏସ ଦ୍ୱାରା ପରିଚାଳିତ ଏହି ପାୱାର ପ୍ଲାଂଟ ବନ୍ଦ ହୋଇଯିବ ବୋଲି ପୂର୍ବରୁ ଘୋଷାଣା କରାଯାଇଥିଲା । କିନ୍ତୁ ଧାର୍ଯ୍ୟ ସମୟ ପୂର୍ବରୁ ଗତ ୨୩ ତାରିଖରେ କର୍ତୃପକ୍ଷ ଏହାକୁ ବନ୍ଦ କରିଦେଇଥିଲେ । କୋଇଲା ଓ ଶ୍ରମିକ ଅଭାବ ଦର୍ଶାଇ ଏହାକୁ ବନ୍ଦ କରାଯାଇଥିଲା । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯିବା ପରେ ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିଲା ।

ତେଣୁ ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଚିଠି ଲେଖିବା ସହ ଟିଟିପିଏସ ବନ୍ଦ ହେବନାହିଁ ଏବଂ ଏହାର କୃତୀୟ ପର୍ଯ୍ୟାୟ ସଂପ୍ରସାରଣ ତ୍ୱରାନ୍ୱିତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।