କନକ ବ୍ୟୁରୋ : ବୈଷୟିକ କାରଣରୁ ତାଳଚେର ସାର କାରଖାନା ଓ କୋଇଲା ବାଷ୍ପୀକରଣ କାମକୁ ବନ୍ଦ କରିଦିଆଯାଇଛି । ଅର୍ଥ ମନ୍ତ୍ରଣାଳୟର ଏକ ସୁତ୍ର ଆଧାରରେ ଜାତୀୟ ଗଣମାଧ୍ୟମ ଏହି ଖବର ପ୍ରକାଶ କରିଛନ୍ତି । ଖବର ଅନୁସାରେ, ବିଶ୍ୱରେ କୋଭିଡ ମହାମାରୀ ଚାଲିଛି । ଫଳରେ ବିମାନ ସେବା ବ୍ୟାହତ ହୋଇଛି । ଏହି ସମୟରେ ଭିସା ସମସ୍ୟା କାରଣରୁ ଚୀନ କମ୍ପାନୀ କାର୍ଯ୍ୟସ୍ଥଳକୁ ତରୁନ୍ତ ଟେକ୍ନସିଆନ, ଯନ୍ତ୍ରପାତି, ଓ ଶ୍ରମିକ ପଠାଇବାରେ ଅସମର୍ଥ ପ୍ରକାଶ କରିଛି । ୧୩ ହଜାର ୨୭୭ କୋଟିର ଏହି ପ୍ରକଳ୍ପ କାମକୁ ଗତବର୍ଷ ସେପେଟମ୍ବର ମାସରେ ଚୀନ ଉହାନର ଇଞ୍ଜନିୟରିଂ କମ୍ପାନୀ ଲିମିଟେଡକୁ ଦିଆଯାଇଥିଲା । କିନ୍ତୁ କାଯରଗ୍ଧ କାର୍ଯ୍ୟସ୍ଥଳକୁ ଟେକ୍ନସିଆନ, ଯନ୍ତ୍ରପାତି, ଓ ଶ୍ରମିକ ପଠାଇବାରେ ଅସମର୍ଥତା ପ୍ରକାଶ କରିଛି ସଂପୃକ୍ତ କମ୍ପାନୀ ।
ୟରିଆ ଉତ୍ପାଦନ ନିମନ୍ତେ କୋଇଲା ବାଷ୍ପୀକରଣ ଟେକ୍ନୋଲଜି ପ୍ରୟୋଗ କରାଯିବାରେ ସମଗ୍ର ଭାରତରେ ତାଳଚେରର ଏହି ପ୍ରକଳ୍ପ ହେଉଛି ପ୍ରଥମ । କୋଇଲା ବାଷ୍ପୀକରଣ ପ୍ରକ୍ରିୟାରେ କୋଇଲାକୁ ସିନଗ୍ୟାସରେ ପରବର୍ତନ କରାଯାଏ । ସିନଗ୍ୟାସ ହେଉଛି ଉଦଜାନ, କାର୍ବନ ମନୋକ୍ସାଇଡ ଓ କାର୍ବନ ଡାଇଅକ୍ସାଇଡର ମିଶ୍ରଣ । ଭାରତ ୟୁରିଆ ଆମଦାନୀ ଉପରେ ନିର୍ଭର କରୁଥିବାରୁ ଏହି ପ୍ରକଳ୍ପର ଗୁରୁତ୍ୱ ରହିଛି । କିନ୍ତୁ ବୈଷୟିକ କାରଣରୁ ଏହି ପ୍ରକଳ୍ପ କାମ ଏବେ ବନ୍ଦ ହୋଇଯାଇଛି ।