କନକ ବ୍ୟୁରୋ : ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚାଭିଳାଷ ଯୋଜନା ପ୍ରସ୍ତୁତ କରିଛନ୍ତି ।
ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବରେ, ରାଜ୍ୟରେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ଚନ୍ଦ୍ରଭାଗା ଏବଂ ବାଲେଶ୍ୱରର ତଳସାରୀ-ଉଦୟପୁର ବେଳଭୂମିରେ ଭିତ୍ତିଭୂମିର ବିକାଶ କରି ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇଟି ମହତ୍ୱାକାଂକ୍ଷୀ ଯୋଜନାର ରୂପାୟନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି ଯୋଜନାରେ ପୁରୀ-କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗା ଠାରେ ୧ କିଲୋମିଟର ବ୍ୟାପୀ ଅଞ୍ଚଳର ବିକାଶ କରାଯିବ । ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନରେ ଜଳକ୍ରୀଡା, ଆମୋଦପ୍ରମୋଦ, ସୁଦୃଶ୍ୟ ଚଲାପଥ, ସାଇକେଲ୍ ଟ୍ରାକ୍, ସମୁଦ୍ରର କୂଳେ କୂଳେ କାଠର ଚଲାପଥ, ମୁକ୍ତ ରଙ୍ଗମଞ୍ଚ, ଛୋଟ ପିଲାଙ୍କ ଖେଳ ପାଇଁ ଅଞ୍ଚଳ, ସୂର୍ଯ୍ୟୋଦୟ ଦେଖିବା ପାଇଁ ମଞ୍ଚ, ଦୁଃସାହସିକ କ୍ରୀଡା ଆଦି ଅତ୍ୟାଧୁନିକ ସୁବିଧା ସେହି ସବୁ ସ୍ଥାନମାନଙ୍କରେ ଉପଲବ୍ଧ ହେବ । ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ ଏବଂ ଲାଇଫ୍ ଗାର୍ଡମାନଙ୍କୁ ମୁତୟନ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/22-11.jpg)