କନକ ବ୍ୟୁରୋ : ଗୁଣ୍ଡିଚା ବାଡିରେ ପହଁଚିଲା ବଳଭଦ୍ରଙ୍କ ରଥ ତାଳଧ୍ୱଜ । ବର୍ଷା ସତ୍ୱେ ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ଟାଣି ଟାଣି ନେଇଛନ୍ତି ରଥ । ଗତକାଲି ବଳଗଣ୍ଡି ନିକଟରେ ଅଟକି ରହିଥିଲା ତାଳଧ୍ୱଜ । ପୁରୀ ମାର୍କେଟ୍ ଛକ ନିକଟରେ ଅଟକି ଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିଛନ୍ତି ଭକ୍ତ ।
ଦେବୀ ସୁଭଦ୍ରାଙ୍କ ରଥକୁ ମଧ୍ୟ ଟାଣୁଛନ୍ତି ଭକ୍ତ । ଆଜି ସକାଳୁ ରଥ ମାଉସୀ ମା’ ଘର ଅଭିମୁଖେ ନେଉଛନ୍ତି ଶ୍ରଦ୍ଧାଳୁ । ଗତକାଲି ପାଗ ଅନୁକୂଳ ଥିବାରୁ ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଥିଲା ଶ୍ରୀକ୍ଷେତ୍ରରେ ।
ଦେଖନ୍ତୁ ଏହି ଭିଡ଼ିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/Screen-shot-2017-06-26-at-9.24.32-AM.png)