କନକବ୍ୟୁରୋ:ପୁରୀରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟଣା । ଏ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ଟାର୍ଗଟେ କରିଛନ୍ତି ସେ କହିଛନ୍ତି ବିଗତ କିଛି ଦିନ ଧରି ଆମେ ସ୍ୱାସ୍ଥ୍ୟ ଅବସ୍ଥା କଥା ପଚାରିଥିଲୁ । ଦୁର୍ଭାଗ୍ୟଜନକ ଘଟଣା କାଲି ଘଟିଛି ସେ ଘଟଣା ପାଇଁ ମୁଁ ସମସ୍ତ ପରିବାରକୁ ସାନ୍ୱନା ଦେଉଛି । ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛି ତାଙ୍କ ଆତ୍ମର ସଦଗତି ହେଉ । ଯେଉଁ ପିଡିତ ମାନେ ଏବେ ଚିକିତ୍ସିତ ହେଉଛନ୍ତି ପୁରୀର ବାଣ ପୋଡି ଘଟଣାରେ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । କିନ୍ତୁ ଯେଉଁ ସନ୍ଦେହ ଆମେ କରୁଥିଲୁ ତାହା କାରଣ ଥିଲା ଏ ପ୍ରଚାର କରୁଥିବା ସରକାର ଡିଡିମ ପିଟୁଥିବା ସରକାର ମିଛ କହୁଥିବା ସରକାର , ସମ୍ବେଦହୀନ ସରକାର ଏହାର ନଗ୍ନ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଛି ।

ଗୋଟିଏ ବାଣ ପୋଡି ଘଟଣାରେ ଯେତେବେଳେ ରୋଗୀମାନେ ପହଂଚିଲେ ସେତେବେଳେ ସେମାନେ ଉପଯୁକ୍ତ ଚିକିତ୍ସା ପାଇଲେ ନାହିଁ । ପରିକ୍ରମା ପ୍ରକଳ୍ପ ନାମରେ କେଉଁକାମ କରିଥିଲେ ସରକାର ଏମାନେ କେବଳ ତାମିଲି କଣ୍ଟ୍ରାଟରକୁ ଠିକା ଦେଇ ପୋଷାଯାଇଛି । କିନ୍ତୁ ଏହାପରେ ବି ସେମାନେ ରତ୍ନଭଣ୍ଡାର ଚାବି କୁଆଡେ ଗଲା ପଚାରିଲେ ବଡ କଷ୍ଟ ହେଉଛି । ମୁଖ୍ୟମନ୍ତ୍ରୀଙ୍କୁ ବଡ କଷ୍ଟ ଅନୁଭବ ହେଉଛି । ଓଡିଶାରେ ବାହାରିଆ ଲୋକମାନେ ଷଡଯନ୍ତ୍ର କରୁଛନ୍ତି ଓଡିଶାର ଅସ୍ମିତାକୁ ଲୁଣ୍ଠିତ କରିବା ପାଇଁ ଏ ସବୁ ପ୍ରସଙ୍ଗ ଗୁଡିକ ଏବେ ନିବାଚନରେ ପ୍ରସଙ୍ଗ ହେଇଛି । ଓଡିଶାର ଚେହେରା ଓଡିଆ ହେବ ନାଁ ବାହାରିଆ ହେବ? ଓଡିଶାରେ ବିକାଶ ହେବ ନା ବିନାଶ ହେବ ଏସବୁ ଏବେ ପ୍ରସଙ୍ଗ ସାଜିଛି । ନବୀନ ବାବୁଙ୍କ ସରକାରର ତାମିଲ ଗଣିତ ତେଣୁ ହିସାବ ଜଣାନାହିଁ । ୨୦୧୪ରେ ମୋଦି ଆସିବା ପୁବରୁ ଓଡିଶାରେ ଖଣିଜ ବାର୍ଷିକ ୫ହଜାର କୋଟି ଟଙ୍କା ଥିଲା । ତେଣୁ ସମସ୍ତେ ଏବେ ଜେଲ ଯିବେ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।