କନକ ବ୍ୟୁରୋ : ତେଜୁଛି କୃଷକ ଆନ୍ଦୋଳନ । ସରକାରଙ୍କ ସହ ଚତୁର୍ଥଥର ବୈଠକ ପରେ କିଛି ନିସ୍କର୍ଶ ବାହାରୁ ନଥିବା ବେଳେ ଆନ୍ଦୋଳନକୁ ଛୁଟୁଛି ସମର୍ଥନର ସୁଅ । ଲେଖକ, ଖେଳାଳୀ, ନେତା ଓ ସିନେମା କଳାକାର ମାନେ ଶହ ଶହ ସଂଖ୍ୟାରେ ଆନ୍ଦୋଳନକୁ ସମର୍ଥନ ଜଣାଉଛନ୍ତି। ଏହା ବାଦ ଆନ୍ଦୋଳନକୁ ସମର୍ଥନ ଜଣାଇ ଗତକାଲି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀଦଳର ନେତା ପ୍ରକାଶ ସିଂ ବାଦଲ ଓ ରାଜ୍ୟସଭା ସାଂସଦ ସୁଖଦେବ ସିଂ ଢିଣ୍ଡାସା ପଦ୍ମ ବିଭୂଷଣ ପୁରସ୍କାର ଫେରାଇଥିବା ବେଳେ ଆଜି (ଶୂୁକ୍ରବାର) ପଞ୍ଜାବର ଭାରତୀୟ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଡ,ମୋହନଜୀତ, ପଖ୍ୟାତ ବିଚାରକ ଡା. ଜସବିନ୍ଦରସିଂ ଓ ପଞ୍ଜାବୀ ନାଟ୍ୟକାର ତଥା ଖବରକାଗଜର ସଂପାଦକ ସ୍ୱରାଜବୀର ପୁରସ୍କାର ଫେରାଇ ଦେଇଛନ୍ତି । ଏହି ସୂଚନା ସେଣ୍ଟ୍ରାଲ ପଞ୍ଜାବୀ ରାଇଟର୍ସ ଆଶୋସିଏସନ ପ୍ରଦାନ କରିଥିବା ବେଳେ ପୂର୍ବତନ ହକି କ୍ୟାପଟେନ୍ ପରଗଟ୍ ସିଂଙ୍କ ସମେତ ପଞ୍ଜାବର ୨୭ ଜଣ ଖେଳାଳୀ ଆସନ୍ତା କାଲି ପୁରସ୍କାର ଫେରାଇବେ ବୋଲି ଜଣାପଡିଛି।
ସୂଚନା ଥାଉକି ନୂତନ କୃଷିବିଲକୁ ବିରୋଧ କରି ପଞ୍ଜାବ, ହରିଆଣା ଓ ଦେଶର ଅନ୍ୟକିଛି ରାଜ୍ୟର ଚାଷୀ ମାନେ ୮ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ବିଲରେ ସେମାନେ ସର୍ବନିମ୍ନ ସହାୟକ ରାଶିକୁ ଆଇନସିଦ୍ଧ କରିବାକୁ ଦାବି କରିଥିବା ବେଳେ ବିଲରେ ଥିବା କଣ୍ଟାକ୍ଟ ଫାର୍ମିଂକୁ ବିରୋଧ କରିଛନ୍ତି । ଏନେଇ ସେମାନେ ଶୀତ କାକରରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଏନେଇ ଚାଷୀ ନେତା ଓ ସରକାରଙ୍କ ଭିତରେ ୪ ଥର ବୈଠକ ବସି ସାରିଲାଣି । ହେଲେ ବୈଠକରେ କିଛି ନିସ୍ପତ୍ତି ବାହାରିପାରୁ ନଥିବା ବେଳେ ଚାଷୀ ମାନେ କିନ୍ତୁ ଆନ୍ଦୋଳନରୁ ଓହୁରିବାକୁ ରାଜି ହୋଇ ନାହାନ୍ତି । ଆସନ୍ତା କାଲି ପୁଣି ସରକାର ଓ କୃଷକ ମାନଙ୍କ ମଧ୍ୟରେ ବୈଠକ ବସିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଏହି ଆନ୍ଦୋଳନକୁ ବିଶେଷ କରି ପଞ୍ଜାବର କୃଷକ ମାନେ ନେତୃତ୍ୱ ନେଉଥିବା ବେଳେ ସେଠାକାର ନେତା, ଖେଳାଳୀ, ଲେଖକ ଆଦି କୃଷକ ଆନ୍ଦୋଳନକୁ ସମର୍ଥନ କରି କେନ୍ଦ୍ରସରକାରଙ୍କ ଦ୍ୱାରା ସେମାନଙ୍କୁ ଦିଆଯାଇଥିବା ପୁରସ୍କାର ଫେରସ୍ତ କରିବାରେ ଲାଗିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/2-7.jpg)