ଗରିବ ପରିବାରକୁ ମିଳୁନି ସରକାରୀ ଆବସ । ଅନୁଗୁଳର ଅର୍ଚ୍ଚନା ସାହୁ କହିଲେ, ଘର ପାଇଁ ପଇସା ନଥିଲେ, କିଡନୀ ପଛେ ନିଅ ଘରଟିଏ ଦିଅ
କନକ ବ୍ୟୁରୋ : କିଡନୀ ନିଅନ୍ତୁ, ବଦଳରେ ଘର ଖଣ୍ଡିଏ ଦିଅନ୍ତୁ ସରକାର । ଘର ଖଣ୍ଡିଏ ପାଇଁ ବାରମ୍ବାର ଦାବି କରି ନିରାସ ହେବା ପରେ କ୍ଷୁବ୍ଧର ସହ ସରକାରଙ୍କୁ ଏଭଳି କହିଛନ୍ତି ଅନୁଗୋଳ ଜିଲ୍ଲା ଚମ୍ପତିମୁଣ୍ଡାର ଅର୍ଚ୍ଚନା ସାହୁ । ବର୍ଷାରେ ଘର ସମ୍ପୂର୍ଣ୍ଣ ଭାଙ୍ଗିଯିବା ପରେ କ୍ଲବ ଘରେ ଆଶ୍ରୟ ନେଉଛନ୍ତି ଅର୍ଚ୍ଚନାଙ୍କ ଅସହାୟ ପରିବାର ।

Kanak News is now on WhatsApp
Join and get latest news updates delivered to you via WhatsApp
ଗାଁ ଗାଁ ବୁଲି ଚୁଡି ବେପାର କରୁଥିବା ଅର୍ଚ୍ଚନା ବହୁ ଦୁଃଖ କଷ୍ଟରେ ପରିବାର ପାଇଁ ଆଜବେଷ୍ଟ ଘର ଖଣ୍ଡିଏ କରିଥିଲେ । ୨୦୧୯ରେ ବର୍ଷା ପବନରେ ଘରଟି ଭାଙ୍ଗି ଯାଇଛି । ସେତେବେଳେ ପଲିଥିନ ଖଣ୍ଡିଏ ଦେଇ କାମ ସାରିଦେଇଥିବା ସ୍ଥାନୀୟ ପ୍ରଶାସନ ଏହି ପରିବାରକୁ ସରକାରୀ ଯୋଜନାରେ ଘରଟିଏ ଯୋଗାଇ ଦେଇନାହାନ୍ତି । ଫଳରେ ବର୍ତମାନ ବିପଦସଂକୁଳ ଅବସ୍ଥାରେ କ୍ଲବ ଘରେ ସ୍ତ୍ରୀ ସୁଭାଗିନି ଓ ୧୦ ବର୍ଷର ପୁଅକୁ ନେଇ ଆଶ୍ରୟ ନେଇଛନ୍ତି ଅର୍ଚ୍ଚନା ।
ଯଦି ଘରଟିଏ ଦେବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ ତେବେ କିଡନୀ ଗୋଟିଏ ନିଅନ୍ତୁ କିନ୍ତୁ ଘରଟିଏ ଦିଅନ୍ତୁ । ଘର ଖଣ୍ଡିଏ ପାଇଁ ବାରମ୍ବାର ଦାବି କରି ନିରାସ ହେବା ପରେ ଦୁଃଖର ସହ ସରକାରଙ୍କୁ ଏଭଳି ନିବେଦନ କରିଛନ୍ତି ଅର୍ଚ୍ଚନା ସାହୁ । ସେପଟେ ଆଗାମୀ ଦିନରେ ତାଙ୍କୁ ଆବାସ ହିତାଧିକାରୀ ତାଲିକାରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଅନୁଗୁଳ ବିଡିଓ ଅରବିନ୍ଦ ବେହେରା କହିଛନ୍ତି ।