ରେଳ ଯାତ୍ରୀଙ୍କ ପାଇଁ ବଡ ଖବର: ପ୍ଲାଟଫର୍ମ ଟିକେଟକୁ ନେଇ ରେଳ ମନ୍ତ୍ରାଳୟର ଚରମ ନିଷ୍ପତ୍ତି । ଏଣିକି ପ୍ଲାଟଫର୍ମ ଟିକେଟ୍ ପାଇଁ ଦେବାକୁ ହେବ ପାଂଚଗୁଣା ପଇସା । ୧୦ ଟଙ୍କା ପରିବର୍ତ୍ତେ ୫୦ ଟଙ୍କା ହେଲା ଟିକେଟ୍ ଦାମ୍ । ୨ ଘଂଟାରୁ ଅଧିକ ସମୟ ଷ୍ଟେସନରେ ରହିଲେ ଲାଗିବ ଜରିମାନା

564

କନକ ବ୍ୟୁରୋ: ରେଳ ଯାତ୍ରୀଙ୍କ ପାଇଁ ବଡ ଖବର । ପ୍ଲାଟଫର୍ମ ଟିକେଟକୁ ନେଇ ରେଳ ମନ୍ତ୍ରାଳୟର ଚରମ ନିଷତି । ଏଣିକି ଆଉ ୧୦ ଟଙ୍କାରେ ମିଳିବ ନାହିଁ ପ୍ଲାଟଫର୍ମ ଟିକେଟ୍ । ଯଦି ଆପଣ କୌଣସି କାମରେ ରେଳ ଷ୍ଟେସନକୁ ଯାଉଛନ୍ତି ଆଉ ପ୍ଲାଟଫର୍ମ ଟିକେଟ କିଣୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଏବେ ୫୦ ଟଙ୍କା ଦେବାକୁ ପଡିବ । କାରଣ ରେଳ ମନ୍ତ୍ରାଳୟ ବର୍ତ୍ତମାନ ପ୍ଲାଟଫର୍ମ ଟିକେଟକୁ ପାଂଚଗୁଣା ବୃଦ୍ଧି କରିବାକୁ ନିଷ୍ପତି ନେଇଛି । ତେବେ କରୋନା କାଳର ମହଙ୍ଗା ମାଡରେ ରେଳ ମନ୍ତ୍ରାଳୟର ଏଭଳି ନିଷ୍ପତିକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା ।

• ୧୦ ନୁହେଁ ଏବେ ୫୦ ଟଙ୍କା ହେଲା ଟିକେଟ୍ ମୂଲ୍ୟ

• ଷ୍ଟେସନରେ ୨ ଘଣ୍ଟାରୁ ଅଧିକ ସମୟ ରହିବା ମନା

ତେବେ ପୁଣେ ଜକସନ ପକ୍ଷରୁ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୧୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ରେଳ ମନ୍ତ୍ରାଳୟ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି କି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଷ୍ଟେସନରେ ଅନବାଶ୍ୟକ ଲୋକଙ୍କ ଗହଳୀକୁ କମାଇବା ଉଦ୍ଦେଶ୍ୟରେ ପୁଣେ ଜକସନ ଦ୍ୱାରା ଏହି ନିଷ୍ପତି ନିଆଯାଇଛି । ଫଳରେ କମ ଲୋକ ଆସିବା ଦ୍ୱାରା ଷ୍ଟେସନରେ ଭିଡ କମିବା ସହ ସୋସିଆଲ ଡିସଷ୍ଟାସିଂକୁ ମଧ୍ୟ ପାଳନ କରାଯାଇପାରିବ । ଖାଲି ପୁଣି ନୁହେଁ କରୋନା କଟକଣା ଲାଗୁ ହେବା ଦିନଠାରୁ ଦେଶର ପ୍ରାୟ ୨୫୦ଟି ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ଦାମକୁ ପାଂଚଗୁଣା ଅର୍ଥାତ୍ ୫୦ ଟଙ୍କା ପର୍ଯ୍ୟନ୍ତ ବଢାଇଦିଆଯାଇଛି । ତେବେ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଷ୍ଟେସନମାନଙ୍କରେ ଭିଡ କମାଇବା ପାଇଁ ରେଳ ମନ୍ତ୍ରାଳୟ ଏଭଳି ପଦକ୍ଷେପ ନେଇଛି ।

ସେହିଭଳି ରେଳ ମନ୍ତ୍ରାଳୟ ନିୟମ ଅନୁସାରେ ଏହି ପ୍ଲାଟଫର୍ମ ଟିକେଟରେ ଷ୍ଟେସନରେ ଆପଣ ଦୁଇ ଘଂଟାରୁ ଅଧିକ ସମୟ ଯାଏଁ ଅଟକି ପାରିବେ ନାହିଁ । ଅର୍ଥାତ୍ ଯଦି ଆପଣ ଆପଣଙ୍କର ପ୍ରିୟ ପରିଜନଙ୍କୁ ଭେଟିବାକୁ କିମ୍ବା ବାଟେଇ ଦେବା ପାଇଁ ରେଳ ଷ୍ଟେସନ ଯାଉଛନ୍ତି ଏବଂ ଏଥିପାଇଁ ଆପଣ ପ୍ଲାଟଫର୍ମ ଟିକେଟ୍ ମଧ୍ୟ କରିଛନ୍ତି ତଥାପି ଆପଣ ଷ୍ଟେସନରେ ମନଇଚ୍ଛା ବୁଲିପାରିବେ ନାହିଁ । ପ୍ଲାଟଫର୍ମ ଟିକେଟ୍ କାଟି ଆପଣ ରେଲୱେ ପ୍ଲାଟଫର୍ମରେ ମାତ୍ର ୨ ଘଂଟାରେ ହିଁ ସବୁ କାମ ଶେଷ କରିବାକୁ ପଡିବ । ଏହାଠାରୁ ଅଧିକ ସମୟ ରହିବା ପାଇଁ ଆପଣଙ୍କୁ ଅନୁମତି ଦେବ ନାହିଁ ରେଳ ମନ୍ତ୍ରାଳୟ ।