ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ବରୁଣ ଗାନ୍ଧୀ, ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବରଖାସ୍ତ ସହ ଏମିତି କଲେ ଦାବି

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ବରୁଣ ଗାନ୍ଧୀ, ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବରଖାସ୍ତ ସହ ଏମିତି କଲେ ଦାବି

କନକ ବ୍ୟୁରୋ : ଦଳ ଭିତରେ ରହି ଦଳୀୟ ନେତା ଓ ଦଳର ନିଷ୍ପତ୍ତିକୁ ବାରମ୍ବାର ବିରୋଧ କରିବାର ସତ ସାହସ କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ପ୍ରଥମରୁ କେନ୍ଦ୍ର ସରକାଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଗଣମାଧ୍ୟମରେ ବୟାନ ଦେବା ସହ ଏବେ ପୁଣି ସେହି ମାମଲାରେ ସିଧା ସଳଖ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏଥର ବରୁଣ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଲଖିପୁର ଖେରୀ ଠାରେ କୃଷକମାନଙ୍କୁ ହତ୍ୟା କରିଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅକୁ ଉଚିତ ଦଣ୍ଡ ଓ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିସ୍କାର ଦାବି କରିବା ସହ କୃଷିଜାତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି    ।
କହିରଖୁ କି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ସଂସଦରେ ପାରିତ ହୋଇଥିବା ଏହି ଆଇନକୁ ପ୍ରତ୍ୟାହାର କରିନିଆଯିବ ବୋଲି ଘୋଷଣା କରିଥିଲେ । ଏହାପରେ ଦେଶର କୃଷକମାନଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି । ହେଲେ କୃଷକମାନଙ୍କ ଆନ୍ଦୋଳନର ମୂଖ୍ୟ ମୁଦ୍ଦା ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବା ଉପରେ ପ୍ରଧାନମନ୍ତ୍ରୀ କିଛି ମତ ରଖିନଥିବାରୁ ଆନ୍ଦୋଳନ ଜାରୀ ରହିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି ।

ଏନେଇ ବରୁଣ ଗାନ୍ଧୀ ତାଙ୍କ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କି “ମୋର ବିନମ୍ର ଅନୁରୋଧ ଏମଏସପି କୁ ଆଇନ ସିଦ୍ଧ କରିବା ଓ କୃଷକଙ୍କ ଅନ୍ୟାନ୍ୟ ଦାବି ଉପରେ ତକ୍ରାଳ ନିଷ୍ପତ୍ତି ହେବା ଦରକାର, ଯାହାଦ୍ୱାରା କୃଷକଭାଇମାନେ ଆନ୍ଦୋଳନ ସମାପ୍ତ କରି ଘରକୁ ଫେରିଯିବେ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe