ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ବରୁଣ ଗାନ୍ଧୀ, ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବରଖାସ୍ତ ସହ ଏମିତି କଲେ ଦାବି
କନକ ବ୍ୟୁରୋ : ଦଳ ଭିତରେ ରହି ଦଳୀୟ ନେତା ଓ ଦଳର ନିଷ୍ପତ୍ତିକୁ ବାରମ୍ବାର ବିରୋଧ କରିବାର ସତ ସାହସ କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ପ୍ରଥମରୁ କେନ୍ଦ୍ର ସରକାଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଗଣମାଧ୍ୟମରେ ବୟାନ ଦେବା ସହ ଏବେ ପୁଣି ସେହି ମାମଲାରେ ସିଧା ସଳଖ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏଥର ବରୁଣ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଲଖିପୁର ଖେରୀ ଠାରେ କୃଷକମାନଙ୍କୁ ହତ୍ୟା କରିଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅକୁ ଉଚିତ ଦଣ୍ଡ ଓ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିସ୍କାର ଦାବି କରିବା ସହ କୃଷିଜାତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି ।
କହିରଖୁ କି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ସଂସଦରେ ପାରିତ ହୋଇଥିବା ଏହି ଆଇନକୁ ପ୍ରତ୍ୟାହାର କରିନିଆଯିବ ବୋଲି ଘୋଷଣା କରିଥିଲେ । ଏହାପରେ ଦେଶର କୃଷକମାନଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି । ହେଲେ କୃଷକମାନଙ୍କ ଆନ୍ଦୋଳନର ମୂଖ୍ୟ ମୁଦ୍ଦା ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବା ଉପରେ ପ୍ରଧାନମନ୍ତ୍ରୀ କିଛି ମତ ରଖିନଥିବାରୁ ଆନ୍ଦୋଳନ ଜାରୀ ରହିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
I welcome the announcement of the withdrawal of the 3 #FarmLaws. It is my humble request that the demand for a law on MSP & other issues must also be decided upon immediately, so our farmers can return home after ending their agitation.
My letter to the Hon’ble Prime Minister: pic.twitter.com/6eh3C6Kwsz
— Varun Gandhi (@varungandhi80) November 20, 2021
ଏନେଇ ବରୁଣ ଗାନ୍ଧୀ ତାଙ୍କ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କି “ମୋର ବିନମ୍ର ଅନୁରୋଧ ଏମଏସପି କୁ ଆଇନ ସିଦ୍ଧ କରିବା ଓ କୃଷକଙ୍କ ଅନ୍ୟାନ୍ୟ ଦାବି ଉପରେ ତକ୍ରାଳ ନିଷ୍ପତ୍ତି ହେବା ଦରକାର, ଯାହାଦ୍ୱାରା କୃଷକଭାଇମାନେ ଆନ୍ଦୋଳନ ସମାପ୍ତ କରି ଘରକୁ ଫେରିଯିବେ”