କନକ ବ୍ୟୁରୋ : ରାତିରେ ରାଜଧାନୀରେ ବାଜି ଉଠିଲା ସାଇରନ୍ । ବିଳମ୍ବିତ ରାତିରେ ରାଜଧାନୀ ରାଜରାସ୍ତାରେ ପଛକୁ ପଛ ହୋଇ ଛିଡାହେଲେ ଏକାଧିକ ପୋଲିସ ଭ୍ୟାନ । ଉପରେ ଜଳୁଥିଲା ବତୀ ଆଉ ଖୁବଜୋରରେ ଶବ୍ଦ କରୁଥିଲା ସାଇରନ୍ । ଏମିତି ଶବ୍ଦ ଶୁଣି ଲୋକଙ୍କ ମନରେ ଛନକା ପଶିବା ସ୍ୱାଭାବିକ । ହେଲେ ଏହି ଶବ୍ଦ ଥିଲା ଆପଣଙ୍କୁ ସଚେତନ କରିବାକୁ । କରୋନାର ସଂକ୍ରମଣ ଯେଭଳି ଦିନକୁ ଦିନ ବଢିବାକୁ ଲାଗିଛି, ମୁଖ୍ୟମନ୍ତ୍ରୀ ଏହାକୁ ନେଇ ସମୀକ୍ଷା କରିବା ପରେ କରୋନା ସତର୍କତାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାପରେ କୋଭିଡ ଆପ୍ରୋପ୍ରିଏଟ ବିହେବିଅର ଅର୍ଥାତ କରୋନା ବିରୋଧୀ ସତର୍କତାକୁ କଡାକଡି ପାଳନ କରିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ରାସ୍ତାକୁ ଓହ୍ଲାଇ ଆସିଛି କମିଶନରେଟେ ପୋଲିସ । ବାହାରକୁ ବାହାରିଲେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ ଏବଂ ଅନାବଶ୍ୟକ ଗହଳି କରନ୍ତୁ ନାହିଁ । ବାରମ୍ବାର ହ୍ୟାଣ୍ଡ ସାନିଟାଇଜ କରିବା ଭଳି ସତର୍କତାକୁ ଗ୍ରହଣ କରନ୍ତୁ ବୋଲି ଚେତାଇ ଦିଆଯାଇଛି ।
କମିଶନରେଟ ପୋଲିସ ପକ୍ଷରୁ ଏହି ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଆଗାମୀ ୨ରୁ ୩ ଦିନ ଏଭଳି ସଚେତନ କରାଯିବ । ପରେ ନିୟମ ନମାନିଲେ ଫାଇନ ଆଦାୟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।
ଦେଶର କରୋନା ମିଟର -
- ୨୪ ଘଂଟାରେ ୪୭ ହଜାର ସଂକ୍ରମଣ ମାମଲା
- ୨୧ ମାର୍ଚ୍ଚରେ ଆସିଥିଲା ବର୍ଷର ସର୍ବାଧିକ ୪୭ ହଜାର ମାମଲା
- ଗତ ୨୦ ଦିନରେ ପ୍ରତ୍ୟେକ ଦିନ ପ୍ରାୟ ୪୦ ହଜାର ମାମଲା
- ଗତ ୨୩ ଦିନରେ ୫ ଲକ୍ଷ ୬୨ ହଜାରରୁ ଅଧିକ ମାମଲା
- ପ୍ରତିଦିନ ୪ ଗୁଣା ବେଗରେ ବଢୁଛି ଦୈନିକ ସଂକ୍ରମଣ ମାମଲା
- ଗତ ୩ ଦିନ ହେଲା ଦିନକୁ ୨୦୦ ଲୋକଙ୍କ କରୋନାରେ ମୃତ୍ୟୁ
ମହାରାଷ୍ଟ୍ର ସ୍ଥିତି ଉଦବେଗଜନକ -
- ନାଗପୁରରେ ମାର୍ଚ୍ଚ ୧୫ରୁ ୩୧ ସଂପୂର୍ଣ୍ଣ ଲକଡାଉନ୍
- ନାସିକରେ ରାତି ୭ରୁ ସକାଳ ୭ ଯାଏଁ ଦୋକାନ ବନ୍ଦ
- ନାନ୍ଦେଡରେ ରାତି ୭ରୁ ସକାଳ ୭ ଦୋକାନ ବଜାର ବନ୍ଦ
- ପୁନେରେ ମାର୍ଚ୍ଚ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ
- ଓସମାନାବାଦରେ ରାତି ୯ରୁ ସକାଳ ୫ ଯାଏଁ କର୍ଫ୍ୟୁ
- ଔରଙ୍ଗାବାଦରେ ସପ୍ତାହର ଶେଷଦିନ ଲକଡାଉନ୍
- ପାରଭାନୀରେ ୨ ଦିନିଆ ନାଇଟ୍ କର୍ଫ୍ୟୁ ଜାରି
ଗୁଜରାଟରେ ସତର୍କତା -
- ଗୁଜରାଟରେ ସଂକ୍ରମଣକୁ ଦେଖି ବଢିଲା ନାଇଟ କର୍ଫ୍ୟୁ ଅବଧି
- ୪ଟି ହଟସ୍ପଟ ସହରରେ ନାଇଟ କର୍ଫ୍ୟୁ ଅବଧି ୨ ଘଂଟା ବୃଦ୍ଧି
- ରାତି ୧୨ ପରିବର୍ତ୍ତେ ରାତି ୧୦ରୁ ସକାଳ ୬ ଯାଏଁ କର୍ଫ୍ୟୁ
- ଅହମ୍ମଦାବାଦ, ସୁରଟ୍, ଭଡୋଦରା ଓ ରାଜକୋଟରେ କର୍ଫ୍ୟୁ
- ମାର୍ଚ୍ଚ ୧୭ରୁ ୩୧ ଯାଏଁ କଡାକଡି ହୋଇଛି ନାଇଟ୍ କର୍ଫ୍ୟୁ
ମଧ୍ୟପ୍ରଦେଶରେ ସତର୍କତା -
- ଭୋପାଳ ଓ ଇନ୍ଦୋରରେ ନାଇଟ୍ କର୍ଫ୍ୟୁ
- ଅର୍ଥାତ ସମସ୍ତ ଚଳପ୍ରଚଳ ଉପରେ ଶକ୍ତ କଟକଣା
- ଅନ୍ୟ ୮ଟି ସହରରେ ରାତି ୧୦ ପରେ ଦୋକାନ ବନ୍ଦ
- ଜବଲପୁର, ଗ୍ୱାଲିୟର, ଉଜ୍ଜୈନରେ ରାତିରେ ଦୋକାନ ବନ୍ଦ
- ରତଲାମ୍, ଛଣ୍ଡୱାଡା, ବୁରହାନପୁର, ବେତୁଲରେ କଟକଣା
- ଖାରଗାଓଁରେ ମଧ୍ୟ ରାତି ୧୦ ପରେ ବନ୍ଦ ରହିବ ଦୋକାନ
- ହୋଲିରେ ଜନସମାବେଶ ଉପରେ ରହିବ କଟକଣା
- ବ୍ୟକ୍ତିଗତ ଭାବେ ପାଳନ କରିପାରିବେ ହୋଲି ଉତ୍ସବ
ଓଡିଶାରେ ସ୍ଥିତି ନିୟନ୍ତ୍ରଣରେ -
- ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଜାରି
- ରାତି ୯ଟାରୁ ସକାଳ ୬ ଟା ଯାଏଁ ନାଇଟ୍ କର୍ଫ୍ୟୁ
- ବଡଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ସତର୍କତା
- ୩୧ ତାରିଖ ମଧ୍ୟରାତ୍ରୀ ଯାଏଁ ରହିବ ନାଇଟ୍ କର୍ଫ୍ୟୁ
- ସୁରଟ ଓ ମୁମ୍ବାଇରୁ ଗଂଜାମ ଫରିଲେ ସଂଗରୋଧରେ ରହିବେ
- ଅତ୍ୟଧିକ ସଂକ୍ରମିତ ରାଜ୍ୟରୁ ଫେରିଲେ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
- କେବଳ ଦଣ୍ଡନାଚ ପାଇଁ ଆସୁଥିଲେ ନଆସିବାକୁ ଜିଲ୍ଲାପାଳଙ୍କ ଅପିଲ