କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ବନ୍ତର ପ୍ଲାଷ୍ଟିକ ସ୍କୁଲ । ବର୍ଯ୍ୟବସ୍ତୁରେ ସଜେଇ ହୋଇଥିବା ଏହି ବିଦ୍ୟାଳୟକୁ ନେଇ ସାରା ଜିଲ୍ଲାରେ ଜୋରଦାର ଚର୍ଚ୍ଚା ହେଉଛି । ଅବ୍ୟବହୃତ ପ୍ଲାଷ୍ଟିକ ବୋତଲ ଓ ଟାୟାର ଯୋଗେ ସ୍କୁଲ ଉଦ୍ୟାନକୁ ସୁନ୍ଦର ଭାବେ ସଜାଇଛନ୍ତି ଜଣେ ଶିକ୍ଷକ ଓ ଛାତ୍ରଛାତ୍ରୀ ।

Advertisment

ବର୍ଯ୍ୟବସ୍ତୁରେ ସଜେଇ ହୋଇଛି ବିଦ୍ୟାଳୟ । ଅଦରକାରୀ ପ୍ଲାଷ୍ଟିକ ବୋତଲରେ ସୁନ୍ଦର ସାଜସଜ୍ଜା । ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ସେହି ଅଦରକାରୀ ପ୍ଲାଷ୍ଟିକକୁ ନେଇ ଏକ ବିଦ୍ୟାଳୟକୁ ସୁନ୍ଦର ଭାବେ ସଜେଇ ଦିଆଯାଇଛି । ଆପଣ ଅଦରକାରୀ ଭାବି ଫିଙ୍ଗି ଦେଉଥିବା ପ୍ଲାଷ୍ଟିକ ବୋତଲକୁ ବିଭିନ୍ନ ରଙ୍ଗ ଦେଇ ସ୍କୁଲ ପରିସରକୁ ସଜେଇଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ।

publive-imageଭଦ୍ରକ ବନ୍ତ ବ୍ଲକ ଦୋଳପଦି ଆନନ୍ଦରାମ ପାଟୋଡିଆ ଉଚ୍ଚ ବିଦ୍ୟାଳୟକୁ ନୂଆ ରୂପ ଦେଇଛି ଅଦରକାରୀ ପ୍ଲାଷ୍ଟିକ ବୋତଲ । ସ୍କୁଲର ଶିକ୍ଷକ ମହେଶ୍ୱର ବାରିକ ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି ସୁନ୍ଦର ପରିବେଶ ସୃଷ୍ଟି କରିଛନ୍ତି । ପ୍ଲାଷ୍ଟିକ ବୋତଲ ଓ ଟାୟାରକୁ କାଟି ତା ଭିତରେ ଫୁଲ ଗଛ ଲଗାଇଛନ୍ତି । ଏହାସହ ପିଲାଙ୍କୁ ଆକୃଷ୍ଟ କରୁଛି ପିଚୁ ଡ୍ରମରେ ତିଆରି ହୋଇଥିବା ଉଜ୍ଜୋଳ ସୂର୍ଯ୍ୟ ଏବଂ ଇସ୍ରୋ ଦ୍ୱାରା ନିର୍ମିତ ମିଜାଇଲର ସୋ ପିସ୍ ।

ଶିକ୍ଷକ ମହେଶ୍ୱର ବାରିକଙ୍କ ଉଦ୍ୟମରେ ସ୍କୁଲ ପରିସର ହସୁଥିବା ବେଳେ ସ୍କୁଲ ପ୍ରଧାନଶିକ୍ଷକ ତାଙ୍କୁ ପ୍ରଂଶସା କରିବା ସହ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି । ତେବେ ଏଭଳି ପ୍ଲାଷ୍ଟିକ ସ୍କୁଲ ତିଆରି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସ୍ୱଚ୍ଛ ଭାରତକୁ ନଜରରେ ରଖି ଛାତ୍ରଛାତ୍ରୀଙ୍କ ମନରେ ସଚେତନତା ସୃଷ୍ଟି କରିବା ।