ତାଜମହଲକୁ ନେଇ ଝଡ : ବିଜେପି ବିଧାୟକ ସଙ୍ଗିତ କହିଲେ ଭାରତୀୟ ସଂସ୍କୃତିର କଳାଦାଗ

76

ତାଜମହଲକୁ ନେଇ ଆରମ୍ଭ ହୋଇଛି ବୟାନବାଜି । ତାଜମହଲ ଭାରତୀୟ ସଂସ୍କୃତିର କଳାଦାଗ । ତାଜମହଲକୁ ଧୋକେବାଜ ମାନେ ନିର୍ମାଣ କରିଥିଲେ । ବିଜେପି ବିଧାୟକ ସଙ୍ଗିତ ସୋମଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ଉତରପ୍ରଦେଶ ସାରଧନା ବିଧାୟକ ସଙ୍ଗିତ ସୋମ କହିଛନ୍ତି ରାଜ୍ୟ ପର୍ଯ୍ୟଟନ ପୁସ୍ତିକାରେ ମଧ୍ୟ ତାଜମହଲକୁ ଅଣଦେଖା କରାଯାଇଥିଲା । ତାଜମହଲକୁ ନିର୍ମାଣ କରିଥିବା ଶାହାଜାହାନ ତାଙ୍କ ବାପାଙ୍କୁ ବନ୍ଦୀକରି ରଖିଥିଲେ । ହିନ୍ଦୁମାନଙ୍କୁ ଘୃଣା କରିବା ସହ ସେମାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ଶାହାଜାହାନ । ଏହି ବ୍ୟକ୍ତିମାନଙ୍କୁ ଆମେ ଇତିହାସ ପୃଷ୍ଠାରେ ସ୍ଥାନିତ କରିବା ଦୁଃକଦାୟକ । ଏଭଳି ଇତିହାସକୁ ଆମେ ବଦଳାଇଦେବା ଦରକାର ବୋଲି ସୋମ କହିଛନ୍ତି । ବିଜେପିର ଜଣେ ମୁଖପାତ୍ର ମଧ୍ୟ ସୋମଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ।

ସେପଟେ ସଙ୍ଗିତ ମନ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ହ୍ରାଇବାଦ ସାଂସଦ ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦୀନ ଆବେସି । ସେ କହିଛନ୍ତି ତାଜମହଲକୁ ଇତିହାସରୁ ହଟାଇବା ପାଇଁ ସଙ୍ଗିତ ୟୁନେସ୍କୋ ଯିବା ଦରକାର । ଲାଲକିଲ୍ଲା ବି ଧୋକେବାଜ ମାନେ ବନାଇଛନ୍ତି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉଡାଇବା ବନ୍ଦ କରିଦେବେ କି ବୋଲି ପ୍ରଶ୍ନ କରିଛନ୍ତି । ସୁ୍ପ୍ରିମକୋର୍ଟଙ୍କ ଆଦେଶର ଉଦାହରଣ ନେଇ ଆବେସି ବିଜେପି ପରିଚାଳିତ ଯୋଗୀ ସରକାରକୁ ସମାଲୋଚନା କରିବାକୁ ବି ପଛାଇନାହାନ୍ତି । ସେ କହିଛନ୍ତି ସୁପ୍ରିମକୋର୍ଟ କହିଥିଲେ ଜନତା ଟ୍ୟାକ୍ସ ଆକାରରେ ଦେଉଥିବା ଟଙ୍କା ଧାର୍ମିକ ସ୍ଥଳୀ ନିର୍ମାଣ ବା ମରାମତିରେ ଲାଗିପାରିବ ନାହିଁ । ତେବେ ୟୁପି ସରକାର କିଭଳି ଜନତାଙ୍କ ଟଙ୍କାରେ ୧୦୦ମିଟର ରାମ ମନ୍ଦିର ନିର୍ମାଣ କରୁଛନ୍ତି ? ସେହିପରି ବିଜେପି ସରକାର ସେଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବନ୍ଦ କରିଦେବେ କି ବୋଲି ସଙ୍ଗିତଙ୍କୁ ପ୍ରଶ୍ନ କରିଛନ୍ତି ।

ପୃଥିବୀର ସପ୍ତାଶ୍ଚର୍ଯ୍ୟ ଭିତରେ ସ୍ଥାନ ପାଇଛି ତାଜମହଲ । ଶାହାଜାହାନଙ୍କ ଦ୍ୱାରା ନିର୍ମିତ ତାଜମହଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ । ଅନେକ କବି ତାଜମହଲକୁ ନେଇ ବହୁ କବିତା ରଚନା କରିଛନ୍ତି । ଭାରତ ସରକାର ମଧ୍ୟ ତାଜମହଲ ପାଇଁ ସ୍ୱତନ୍ତ୍ର ଯୋଜନା କରୁଛନ୍ତି । ପର୍ଯ୍ୟଟକମାନେ ବି ତାଜମହଲର ଝଲକ ହେଉ କିମ୍ବା ସେଲଫି ପାଇଁ ସେମାନଙ୍କର ପାଗଳାମିି ଦେଖାଇଥାନ୍ତି । ଏବେ କିନ୍ତୁ ଭିନ୍ନ ଏକ କାରଣକୁ ନେଇ ଚର୍ଚାରେ ତାଜମହଲ ।