ଏସିଆନ ଗେମ୍ସ ୨୦୧୮: ସଟପୁଟ ଥ୍ରୋରେ ତେଜିନ୍ଦର ସିଂହ ତୁର ରଚିଲେ ଇତିହାସ ! ଭାରତକୁ ଦେଲେ ସପ୍ତମ ଗୋଲ୍ଡ ।

34

ଏସିଆନ ଗେମ୍ସର ସପ୍ତମ ଦିନରେ ଭାରତକୁ ଗୋଟିଏ ଗୋଲ୍ଡ ଏବଂ ତିନୋଟି ବ୍ରୋଞ୍ଚ ମେଡାଲ୍ ମିଳିପାରିଛି । ଭାରତର ତେଜିନ୍ଦରପାଲ ସିଂହ ତୁର ଭାରତ ପାଇଁ ସଟ ପୁଟରେ ଗୋଲ୍ଡ ମେଡାଲ୍ ଜିତି ଦେଶରକୁ ଏକ ବଡ ସଫଳତା ପ୍ରଦାନ କରିଛନ୍ତି । ସେପଟେ ଦୀପିକା ପଲ୍ଲୀକର, ଅଶ୍ୱିନୀ ପୋନପ୍ପା ଏବଂ ସୌରଭ ଘୋଷାଲ ସ୍କ୍ୱାସରେ ବ୍ରୋଞ୍ଚ ମେଡାଲ ଜିତିଛନ୍ତି ।

ଭାରତର ତେଜିନ୍ଦରପାଲ ସିଂହ ତୁରୁ ସଟଫୁଟରେ ୨୦.୭୫ ମିଟର ଗୋଲା ଫୋପାଡି ପାରିଥିଲେ । ନିରଜ ଚୋପ୍ରା ତୁରଙ୍କୁ ସୋର୍ଣ୍ଣ ମେଡାଲର ଯିତିବା ପରେ ଶୁବେଚ୍ଛା ଜଣାଇଛନ୍ତି ।

୨୩ ବର୍ଷିୟ ତେଜିନ୍ଦର ପ୍ରଥମ ପ୍ରୟାସରେ ୧୯. ୯୬ ମିଟର, ଦ୍ୱିତୀୟ ପ୍ରୟାସରେ ୧୯.୧୫ ମିଟର ଥ୍ରୋ କରିଥିଲେ । ଯଦିଓ ତୃତୀୟ ପ୍ରୟାସ ତାଙ୍କର ଫାଉଲ ହୋଇଯାଇଥିଲା କିନ୍ତୁ ସେ ଚତୁର୍ଥ ପ୍ରୟାସରେ ୧୯.୯୬ ମିଟର ଏବଂ ପଞ୍ଚମ ପ୍ରୟାସରେ ୨୦.୭୫ ମିଟର ଥ୍ରୋ କରି ରେକର୍ଡ ହାସଲ କରିଥିଲେ । ଏଥି ସହିତ ସେ ଭାରତକୁ ସପ୍ତମ ଗୋଲ୍ଡ ମଧ୍ୟ ଦେଇପାରିଛନ୍ତି ।