କନକ ବ୍ୟୁରୋ : ତାଲିବାନର ବିଦ୍ରୋହ ଗୋଷ୍ଠୀଙ୍କୁ ସାହାଯ୍ୟ କରିବା ପାଇଁ ପଞ୍ଜଶୀରରେ ପହଞ୍ଚୁଛି ହେଲିକପ୍ଟର  । ତାଜିକିସ୍ତାନରୁ ତିନିଟି ହେଲିକପ୍ଟର ଯାଇ ପଞ୍ଜଶୀରରେ ପହଂଚିଛି  । ଏଥିରେ ସ୍ଥାନୀୟ ଲୋକଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସହ ଖାଦ୍ୟ ନେଇ ପଞ୍ଜଶୀରରେ ପହଞ୍ଚିଛି ଏହି ହେଲିକପ୍ଟର  ।

Advertisment

ପଞ୍ଜଶୀର ଉପତ୍ୟକାରେ ତାଲିବାନଙ୍କୁ ବିରୋଧ କରାଯାଉଥିବାରୁ ଏହି ଅଞ୍ଚଳକୁ ଦଖଲ କରିବା ପାଇଁ ତାଲିବାନୀ ଆତଙ୍କବାଦୀମାନେ ପହଞ୍ଚିଯାଇଛନ୍ତି  । ଏହି ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ତାଲିବାନୀମାନେ ପଞ୍ଜଶୀରର ସମସ୍ତ ପଥକୁ ଘେରି ରହିଥିବା କୁହାଯାଉଛି  । ବିଦ୍ରୋହୀଙ୍କ ନେତୃତ୍ୱ ନେଉଥିବା ଅହମ୍ମଦ ମାସୁଦ ତାଲିବାନଙ୍କ ବିରୋଧରେ ଲଢେଇ ଜାରି ରହିବ ବୋଲି କହିଛନ୍ତି  ।

ପୂର୍ବ ଆଫଗାନିସ୍ତାନର କିଛି ସଦସ୍ୟ ଓ ବିଦ୍ରୋହୀ ଗୋଷ୍ଠୀ ତାଲିବାନ ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ ରହିଛନ୍ତି  । ପଞ୍ଜଶୀରର ୧୦ ହଜାର ସୈନ୍ୟ ତାଲିବାନଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି  । ଆଫଗାନିସ୍ତାର ଏକମାତ୍ର ଅଂଚଳ ଏହି ପଞ୍ଜଶୀରକୁ ଏପର୍ଯ୍ୟନ୍ତ ତାଲିବାନ କବଜା କରିପାରିନାହିଁ  । ଏଠାରେ କେବେ ବି ତାଲିବାନର ଦବଦବା ରହିନାହିଁ । ଏଠାରେ ମୋଟ ଜନସଂଖ୍ୟା ହେଉଛି ପ୍ରାୟ ୨ ଲକ୍ଷ ।

କାବୁଲର ଉତରରେ ପ୍ରାୟ ୧୫୦ କିଲୋମିଟର ଦୂରରେ ଏହି ଅଞ୍ଚଳ ଅଛି । ଏଠାରେ ଲୋକେ ତାଲିବାନକୁ ଡରନ୍ତି ନାହିଁ । ବରଂ ତାଲିବାନ ବିରୋଧରେ ଯୁଦ୍ଧ କରିବାକୁ ଡାକରା ଦେଇଛନ୍ତି । ୭୦- ୮୦ ଦଶକରେ ତାଲିବାନ ଏହି ପ୍ରଦେଶକୁ ଦଖଲ ପାଇଁ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲା । କେବଳ ତାଲିବାନ ନୁହେଁ ବରଂ ଋଷ ଓ ଆମେରିକା ମଧ୍ୟ ଏହି ଅଞ୍ଚଳକୁ କେବେ ଜୋରଜବରଦସ୍ତି ପ୍ରବେଶ କରିପାରିନାହିଁ । ଏହି ଅଞ୍ଚଳକୁ ପ୍ରବେଶ ପାଇଁ ବାରମ୍ବାର ଚେଷ୍ଟା କରି ମଧ୍ୟ ବାରମ୍ବାର ବିଫଳ ହେବାକୁ ପଡିଛି ।