୨୪ରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଜମହଲ ଗସ୍ତ ସମୟରେ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ତାଜମହଲ

୨୪ରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଜମହଲ ଗସ୍ତ ସମୟରେ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ତାଜମହଲ

source : The Hindu

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ଅବସରରେ ସାଧାରଣ ପର୍ୟ୍ୟଟକଙ୍କ ପାଇଁ ୨୪ ତାରିଖରେ ତାଜମହଲ ବନ୍ଦ ରହିବ। ରାଷ୍ଟ୍ରପତି ଟ୍ରମ୍ପ ୨୪ ତାରିଖରେ ତାଜମହଲ ବୁଲିଯିବେ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ୨୪ ତାରିଖ ମଧ୍ୟାହ୍ନ ପରଠାରୁ ସର୍ବସାଧାରଣ ପର୍ଯ୍ୟଟକଙ୍କ ଦର୍ଶନ ପାଇଁ ତାଜମହଲ ବନ୍ଦ ରହିବ ବୋଲି ଏଏସ୍ଆଇ ଆଗ୍ରା ଡିଭିଜନର ଅଧୀକ୍ଷକ ବସନ୍ତ କୁମାର ସ୍ବର୍ଣ୍ଣକାର ସୂଚନା ଦେଇଛନ୍ତି।

ବିମାନ ବନ୍ଦରରୁ ତାଜମହଲ ପହଞ୍ଚିବା ପାଇଁ ବାଟରେ ପଡୁଥିବା ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଓ ଡିଜେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ କଡ଼ା ନଜର ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe