୧୮୮ ଦିନ ପରେ ଖୋଲିଲା ବିଶ୍ୱପ୍ରସିଦ୍ଧ ତାଜମହଲ: ଗୋଟିଏ ଦିନରେ ୫ ହଜାର ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି, ମାସ୍କ ଓ ସାମାଜିକ ଦୂରତା ସହ ମାନିବାକୁ ପଡିବ କୋଭିଡ ନିୟମ

201

କନକ ବ୍ୟୁରୋ: ଆଗ୍ରାର ବିଶ୍ୱପ୍ରସିଦ୍ଧ ତାଜମହଲ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ୧୮୮ ଦିନ ପରେ ତାଜମହଲ ଖୋଲାଯାଇଛି । ଏଥିପାଇଁ ପର୍ଯ୍ୟଟକଙ୍କୁ କୋଭିଡ ନିୟମ ପାଳନ କରିବାକୁ ପଡିବ । ପ୍ରବେଶ ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ କୋଭିଡ ନିୟମ ମାନିବାକୁ ପଡିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସର୍ବେକ୍ଷଣ ସଂସ୍ଥା ୧୭ ମାର୍ଚରେ ତାଜମହଲକୁ ବନ୍ଦ କରିଦିଆଯାଇଥିଲା । ଏବେ ଆଜିଠାରୁ ଏହାକୁ ଖୋଲିବାକୁ ନିଷ୍ପତି ନିଆଯାଇଛି ।

ଏଥିପାଇଁ ନୂଆ ବ୍ୟବସ୍ଥା ହୋଇଛି । ଗୋଟିଏ ଦିନରେ ମାତ୍ର ୫ ହଜାର ପର୍ଯ୍ୟଟକ ତାଜମହଲ ମଧ୍ୟକୁ ପ୍ରବେଶ କରିପାରିବେ । ଏଥିପାଇଁ ଦୁଇଟି ସିଫ୍ଟ କରାଯାଇଛି । ପ୍ରତ୍ୟେକ ସିଫ୍ଟରେ ଅଢେଇ ହଜାର ଲୋକଙ୍କୁ ତାଜମହଲକୁ ପ୍ରବେଶ ଅନୁମତି ଦିଆଯିବ । ଗ୍ରୁପ ଫଟୋଗ୍ରାଫିକୁ ପ୍ରଶାସନ ଅନୁମତି ଦେଇନାହିଁ । ତାମହଲ ଖୋଲାଯିବା ପାଇଁ ନିଷ୍ପତି ନିଆଯିବା ପରେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ଅନଲାଇନରେ ଟିକେଟ କାଟିବାକୁ ପଡିବ । ଏଥିପାଇଁ କାଉଂଟର ଖୋଲିବ ନାହିଁ । ପାର୍କିଂ ଓ ଅନ୍ୟ ସବୁ ଦେୟ ଡିଜିଟାଲ ପ୍ଲାଟଫର୍ମରେ ହେବ ।