କନକ ବ୍ୟୁରୋ: ଚୀନ ସମରାଭ୍ୟାସ ବନ୍ଦ କରିବା ପରେ ଗୁରୁବାର ଆଉ ଏକ ସମରାଭ୍ୟାସ ଆରମ୍ଭ କରିଛି ତାଇୱାନ । ତାଇୱାନ ସେନା ଗୁରୁବାର ସକାଳେ ମିଲିଟାରୀ ଅସ୍ତ୍ରଶସ୍ତ୍ର ସହ ଏକ ଘଣ୍ଟା ସମରାଭ୍ୟାସ କରିଛି । ବଡ ବଡ ଶତାଧିକ ମିଲିଟାରୀ ଗାଡି ଏବଂ ସେନାକୁ ନେଇ ସମରାଭ୍ୟାସ କରିଛି ତାଇୱାନ । ତେବେ ଏହା ଚୀନର ସମରାଭ୍ୟାସକୁ ନଜର ରଖି କରାଯାଇନି । ଏହି ସମରାଭ୍ୟାସ ନେଇ ପୂର୍ବରୁ ଯୋଜନା ଥିବା କହିଛି ତାଇୱାନ ସେନା ।
ଚୀନ ବୁଧବାର ତାର ସମରାଭ୍ୟସ ଶେଷ କରିଥିବା କହିଥିଲେ ବି ତାଇୱାନ ଚାରପଟେ ସମୁଦ୍ରରେ ପାଟ୍ରୋଲିଂ ଜାରିରଖିଛି । ଏବଂ ଯୁଦ୍ଧ ପାଇଁ ସେନା ପ୍ରଶିକ୍ଷଣ ଜାରି ରଖିଥିବା କହିଛି ଚୀନ । ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତକୁ ନେଇ ତାଇୱାନକୁ ଚାରି ପଟୁ ଚୀନ ସମରାଭ୍ୟାସ କରିବା ସହ ତାଇୱାନ ସୀମା ଅତିକ୍ରମ ମଧ୍ୟ କରିଥିଲା । ନାନ୍ସି ପଲୋସିଙ୍କ ଗସ୍ତର କାରଣ ଦର୍ଶାଇ ଚୀନ ଯୁଦ୍ଧ ପାଇଁ ସମରାଭ୍ୟାସ କରୁଥିବ ତାଇୱାନ କହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/08/taiwan-1.jpg)