ଚୀନ୍ ଉପରେ ତାତିଲେ ତାଇୱାନ୍ ପ୍ରଧାନମନ୍ତ୍ରୀ: ତାଲିବାନ୍ ଭଳି ତାଇୱାନ ଉପରେ ଏବେ ଚୀନର ଆଖି, ସାବଧାନ କଲା ଆମେରିକା

307

କନକ ବ୍ୟୁରୋ: ଚୀନ ଉପରେ ବର୍ଷିଛନ୍ତି ତାଇୱାନ ପ୍ରଧାନମନ୍ତ୍ରୀ ସାଇ- ଇଙ୍ଗ୍- ୱେନ୍ । ତାଲିବାନ ପରି ଚୀନ ମଧ୍ୟ ତାଇୱାନକୁ ନିଜ କବଜା ରେ ନେବାକୁ ସ୍ୱପ୍ନ ଦେଖୁଥିବା ସେ କହିଛନ୍ତି । ଭାରତ ପରେ ଚୀନ ଏହି ଦେଶ ଉପରେ ନିଜ ଲୋଲୁପ ଦୃଷ୍ଟି ପକାଇଛି । ଆମେରିକା ସମର୍ଥିତ ଏହି ଦେଶକୁ ମଧ୍ୟ ଆବଶ୍ୟକ ସମୟରେ ଆମେରିକା ଧୋକା ଦେବ ଏବଂ ଆଫଗାନିସ୍ତାନ ଭଳି ତାଇୱାନକୁ ମଧ୍ୟ ଏକା ଦଶା ଭୋଗିବାକୁ ପଡିବ ବୋଲି ଚୀନ ଯାହା କଳ୍ପନା କରୁଛି ତାହା ଅମୂଳକ ବୋଲି ଇଙ୍ଗ ୱେନ୍ କହିଛନ୍ତି ।

ଅନ୍ୟପଟେ ଆମେରିକା ମଧ୍ୟ ଚୀନକୁ ଚେତାବନୀ ଦେଇଛି । ତାଇୱାନ ଉପରେ ପ୍ରଭାବ ବିସ୍ତାର ପାଇଁ ସାମାନ୍ୟ ଚେଷ୍ଟା ବି ନକରିବାକୁ ଆମେରିକା ଚୀନକୁ ତାଗିଦ୍ କରିଛି । ଏଥିପାଇଁ ଇଙ୍ଗ ୱେନ୍ ରାଷ୍ଟ୍ରପତି ବାଇଡେନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ତାଲିବାନ୍ କ୍ଷମତାକୁ ଆସିବା ପରେ ଚୀନ୍ ତା ସହ ନିଜ ସମ୍ପର୍କକୁ ଦୃଢ କରିବାକୁ ଚେଷ୍ଟା କରୁଛି । ସିନଜିୟାଙ୍ଗ ଅଂଚଳରେ ସକ୍ରିୟ ଉଇଗର ମୁସଲିମ୍ ଉଗ୍ରବାଦୀ ସଙ୍ଗଠନକୁ ଯେପରି ତାଲିବାନ୍ ସମର୍ଥନ ନକରେ ଏହା ସୁନିଶ୍ଚିତ କରିବାକୁ ଚୀନ ଲାଗିପଡିଛି ।