୨୦୨୫ ସୁଦ୍ଧା ତାଇୱାନ ଉପରେ ଆକ୍ରମଣ କରିପାରେ ଚୀନ: ତାଇୱାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା

Advertisment
୨୦୨୫ ସୁଦ୍ଧା ତାଇୱାନ ଉପରେ ଆକ୍ରମଣ କରିପାରେ ଚୀନ: ତାଇୱାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା

କନକ ବ୍ୟୁରୋ: ୨୦୨୫ ସୁଦ୍ଧା ତାଇପେୟୀ ଉପରେ ଲୋଲୁପ ଦୃଷ୍ଟି ରଖୁଥିବା ଚାଇନା ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ତାଇୱାନ ପ୍ରତିରକ୍ଷା ମନ୍ତ୍ରୀ ସିଉ କୁଓ ସିଂହ ।ଏବେ ଆକ୍ରମଣ କରିବାକୁ ଚୀନ ଯଥେଷ୍ଟ ସମର୍ଥ ଥିଲେ ବି କିଛି ଆଭ୍ୟନ୍ତରୀଣ ସମସ୍ୟା ଥିବାରୁ ଏବେ ଆକ୍ରମଣ କରିବ ନାହିଁ କିନ୍ତୁ ଭବିଷ୍ୟତରେ ଚୀନ ନିଶ୍ଚୟ ଆକ୍ରମଣ କରିବ ବୋଲି ସିଉ କୁଓ କହିଛନ୍ତି ।

ତାଇୱାନର ପ୍ରତିରକ୍ଷା ଜୋନ ମଧ୍ୟକୁ ଚୀନ ଦୁଇ ଥରରେ ୧୫୦ଟି ବିମାନ ପଠାଇସାରିଛି । ଏହା ଉପରେ କ୍ରମାଗତ ନଜର ରଖିଛି ତାଇୱାନ ବାୟୁସେନା । ତାଇୱାନ ଏକ ସ୍ୱତନ୍ତ୍ର ଗଣତାନ୍ତ୍ରିକ ଦ୍ୱୀପ ହୋଇଥିଲେ ବି ଚୀନ ଏହାକୁ ନିଜର ବୋଲି ଦାବି କରିଆସୁଛି । ଏନେଇ ପ୍ରତିରକ୍ଷା ସ୍ତରରେ ତାଇୱାନକୁ ବାରମ୍ବାର ହଇରାଣ ମଧ୍ୟ କରୁଛି । ଏ ବିବାଦ ଏବେକାର ନୁହେଁ । ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ପୂର୍ବରୁ ତାଇୱାନ ସହ ଚୀନର ସାମରିକ ବିବାଦ ଲାଗିରହିଛି । ତାଇୱାନ ସହ ଆମେରିକାର ଭଲ ସମ୍ପର୍କ ଥିବାରୁ ପୂର୍ବରୁ ତାଇୱାନ ଉପରୁ ଦୃଷ୍ଟି ହଟାଇନେବାକୁ ଚୀନକୁ ତାଗିଦ କରିଥିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିନ୍ତୁ କାହାରିକୁ ଖାତିର ନକରି ଚୀନ ନିଜର ବିସ୍ତାରବାଦକୁ ସବୁ ଦେଶ ଉପରେ ଲଦିବାକୁ ଚାହୁଁଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଅସନ୍ତୋଷ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe