ଯୋଡା ଖଣି ଅଞ୍ଚଳରେ ଉଦ୍ୟମୀ ମହିଳା, କପଡା ସିଲେଇ କରି ହେଉଛନ୍ତି ସ୍ୱାବଲମ୍ବୀ

153

କନକ ବ୍ୟୁରୋ : ଖଣି ଅଂଚଳର ଉଦ୍ୟମି ମହିଳା । କପଡ଼ା ଶିଲେଇ କରି ହେଉଛନ୍ତି ଆତ୍ମନିର୍ଭର । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗାଁର ୨୫ ଜଣ ମହିଳା ଏଭଳି କିଛି କାମ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ବିଭିନ୍ନ ପ୍ରକାରର କପଡ଼ା ସିଲେଇ କରି ଏହାକୁ ବଜାରରେ ବିକ୍ରି କରୁଛନ୍ତି । ସେଥିରୁ ମିଳୁଥିବା ଅର୍ଥରେ ସେମାନେ ସେମାନଙ୍କ ପରିବାର ପ୍ରତିପୋଷଣରେ ସହାୟତା କରିପାରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ସେମାନେ ଉପକୃତ ହେଉଥିବା କହିଛନ୍ତି ।

ପୂର୍ବରୁ ଏହି ଅଂଚଳର ମହିଳା ମାନେ ଖଣି ଖାଦନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଅନେକ ସମୟରେ କାମ ଧନ୍ଦା ନପାଇ ଘରେ ବସି ରହୁଥିଲେ । ତେବେ ୫ ବର୍ଷ ତଳେ ୧୦ ଜଣ ମହିଳା ଏକାଠି ହୋଇ ଆରମ୍ଭ କରିଥିଲେ ଲକ୍ଷ୍ମୀ ପିଜି ଉତ୍ପାଦକ ଗୋଷ୍ଠୀ । ଗ୍ରୂପ୍ ମାଧ୍ୟମରେ ରୁଣ ଆଣି ସିଲେଇ ମେସିନ ପକାଇ ପ୍ରଥମେ ପ୍ରଥମେ ବିଭିନ୍ନ ପ୍ରକାରର ଲେଡିଜ୍ ଆଇଟମ ତିଆରି କରୁଥିଲେ । ଏବେ ଅଙ୍ଗନବାଡ଼ି ଓ ସ୍କୁଲ ପିଲାଙ୍କ ୟୁନିଫର୍ମ ସିଲେଇ କରି ଭଲ ରୋଜଗାର କରୁଛନ୍ତି ।

କପଡ଼ା ସିଲେଇ କାମ କରି ମହିଳା ମାନେ ମାସକୁ ୪ରୁ ୫ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ସେମାନଙ୍କ ଆର୍ଥିକ ଓ ସାମାଜିକ ଚଳଣିରେ ଉନ୍ନତି ଆସିପାରିଛି । ଯାହାକୁ ନେଇ ଖୁସିପ୍ରକାଶ କରିଛନ୍ତି ମହିଳା ।