କନକ ବ୍ୟୁରୋ: ବେଆଇନ ଜମି ପଟ୍ଟା ଚିରିଦେଲେ ତହସିଲଦାର । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ କୃଷ୍ଣପ୍ରସାଦ ତହସିଲରେ । ଜମି ପଟ୍ଟା ଚିରିଛନ୍ତି ତହସିଲଦାର ଶରତ ଚନ୍ଦ୍ର ଗିରି । ଦୁଇ ଦିନ ତଳେ ତାଙ୍କର ବଦଳି ହୋଇଛି । ଜମି ଯୋଗାଇ ଦେବା କହି ବେଆଇନ ଭାବେ କାଗଜପତ୍ର ପ୍ରସ୍ତୁତ କରିଥିଲେ ତହସିଲଦାର । ବଦଳି ପୂର୍ବରୁ ଲୋକେ ସେମାନଙ୍କୁ ଅଭିଯୋଗ ଜଣାଇବା ପାଇଁ ତହସିଲ ଅଫିସରେ ପହଂଚିଥିଲେ । ସେଠାରେ ଜାଲିଆତି ହୋଇଥିବା କାଗଜପତ୍ର ଚିରିବାକୁ କହିଥିଲେ । କାଗଜ ନଚିରିଲେ ସେଠାରୁ ଯିବେ ନାହିଁ ବୋଲି ଅଡ଼ି ବସିଥିଲେ । ଫଳରେ ତହସିଲଦାର ଲୋକଙ୍କ ସମ୍ମୁଖରେ ବେଆଇନ ଜମି ପଟ୍ଟା ଚିରିଥିଲେ । ଏହି ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ବେଆଇନ ଜମି ପଟ୍ଟା ଚିରିଦେଲେ ତହସିଲଦାର । ଭିଡିଓ ହେଉଛି ଭାଇରାଲ
/kanak/media/post_attachments/wp-content/uploads/2023/10/Screen-Shot-2023-10-29-at-9.46.35-AM.jpg)