୩୦ଟି ପ୍ରଜାତିର କୁକୁଡ଼ା ପାଳନ କରି ଚର୍ଚ୍ଚାରେ ସାଲେପୁରର ତଫିମୂଲ କନିୟନ: ଅନଲାଇନ୍ ଓ ଅଫଲାଇନରେ ବିକ୍ରି କରୁଛନ୍ତି କୁକୁଡ଼ା ଚିଆଁ

952

କନକ ବ୍ୟୁରୋ: ଗୋଟିଏ କି ଦୁଇଟି ନୁହେଁ ୩୦ରୁ ଅଧିକ ପ୍ରଜାତିର କୁକୁଡ଼ା ପାଳନ କରି ଚର୍ଚ୍ଚାରେ କଟକ ନିଶ୍ଚିନ୍ତକୋଇଲି ଅଂଚଳର ତଫିମୂଲ କନିୟନ । ନିଶା ତାଙ୍କର ଭିନ୍ନ ଭିନ୍ନ ପ୍ରଜାତିର କୁକୁଡ଼ା ସଂଗ୍ରହ କରିବା । ଏମାନଙ୍କ ଠାରୁ ଚିଆଁ ପ୍ରସ୍ତୁତ କରି ଅନଲାଇନ୍ରେ ବିକ୍ରି କରିବା । ପାରଟ ବିଗ୍, ବ୍ଲାକ ଫାଇଟର, ତାମିଲ ଫାଇଟର, ଉଲଟପର, ଜାଭା, ସିଲକୀ, ପୋଲିସକପ୍, ମିଲିଫ୍ଲାୱାର, କଲମ୍ବିଆନ୍ ବ୍ରହ୍ମା, ଟର୍କି, ହଜାରୀ, କଡ଼କନାଥ ଭଳି ପ୍ରଜାତିର କୁକୁଡ଼ା ପାଳନ କରିଛନ୍ତି ତଫିମୂଲ । ସେ ପ୍ରାକୃତିକ ପରିବେଶରେ ସମ୍ପୂର୍ଣ୍ଣ ଦେଶୀ ପ୍ରଣାଳୀରେ କୁକୁଡ଼ା ପାଳନ କରୁଛନ୍ତି ।
ଲୋପ ପାଇଯାଉଥିବା କୁକୁଡ଼ା ଗୁଡ଼ିକୁ ବଂଚାଇ ରଖିବା ସହ ଚିଆଁ ତିଆରି କରି ବଂଶବୃଦ୍ଧି କରିବା ପାଇଁ ବିକ୍ରି କରୁଛନ୍ତି ତଫିମୂଲ । ସୋସିଆଲ ମିଡ଼ିଆରେ ତଫିମୂଲଙ୍କ ସମ୍ପର୍କରେ ଜାଣିବା ସହ ଲୋକେ କୁକୁଡ଼ା ଚିଅାଁ ସଂଗ୍ରହ କରିନେଉଛନ୍ତି । ଏହା ଦ୍ୱାରା ତଫିମୂଲ ମଧ୍ୟ ରୋଜଗାରକ୍ଷମ ହୋଇପାରୁଛନ୍ତି । ଏହା ଦ୍ୱାରା ସେ ବାର୍ଷିକ ୨ରୁ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ।

ତେବେ ତଫିମୂଲ ଏକ ଏକ ବ୍ୟବସାୟକୁ ଆପଣାଇ ନିଜର ପରିବାର ପ୍ରତିପୋଷଣ କରିପାରୁଛନ୍ତି । ଅନ୍ୟ ଯୁବପିଢ଼ି ମାନେ ଚାକିରି ବାହାନାରେ ସମୟ ନଷ୍ଟ ନକରି ଏଭଳି ବ୍ୟବସାୟକୁ ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି ।