ତବରେଜ୍ ଅନ୍ସାରୀ ଭିଡ଼ହିଂସା ମାମଲାର ନୂଆ ମୋଡ଼ ! ହତ୍ୟାର ଧାରାକୁ ହଟାଇ ହୃଦଘାତ ଯୋଗୁଁ ପୀଡିତର ଜୀବନ ଯାଇଥିବା କଥା କହିଲା ପୋଲିସ୍ ।

254

ତବରେଜ୍ ଅନ୍ସାରୀ ଭିଡ଼ହତ୍ୟା କେସରେ ଝାରଖଣ୍ଡ ପୋଲିସ୍ ହତ୍ୟାର ଧାରାକୁ ହିଁ ହଟାଇ ଦେଇଛି । ପୋଲିସ୍ କହିବା ମୁତାବକ , ଡାକ୍ଟରୀ ରିପୋର୍ଟରେ ତବରେଜ୍ ଙ୍କ ମୃତ୍ୟୁ ଅବସାଦ ଏବଂ ହାର୍ଟ ଆଟାକ୍ (କାର୍ଡିୟକ୍ ଅରେଷ୍ଟ୍) କାରଣରୁ ହୋଇଥିବା ଜଣାପଡିଛି । ଏହାର ଆଧାରରେ ଚାର୍ଜସିଟ୍ ଦାଖଲ କରିବାକୁ ପୋଲିସ୍ କହିଛି । ହତ୍ୟା ଧାରା ୩୦୨ ହଟିବା ପରେ ଏବେ ଅଭିଯୁକ୍ତଙ୍କୁ ଆଉ ମୃତ୍ୟୁର ଦଣ୍ଡ ଦିଆଯାଇପାରିବ ନାହିଁ । ପାଖାପାଖି ୪ ମାସ ପୂର୍ବରୁ ରାଜ୍ୟର ସରାୟକେଲା-ଖରସାୱାଁରେ ଚୋରୀ ଅଭିଯୋଗରେ ଭିଡହିଂସାର ଶିକାର ହୋଇଥିôବା ୨୨ ବର୍ଷୀୟ ତବରେଜ୍ ଅନ୍ସାରୀଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଲିସ୍ ଆଇପିସି ଧାରା ୩୦୨ ଅନୁସାରେ ୧୧ ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରିବା ବଦଳରେ ଖାରଜ କରିଥିଲା । ଏବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଅନ୍ସାରୀଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି ।

ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ ଗତ ମାସରେ ଚାର୍ଜସିଟ୍ ରେ ଧାରା ୩୦୪ ଅନୁସାରେ ଏତଲା ଦାଖଲ କରାଯାଇଥିଲା । ପୋଲିସ୍ ଏହା ପୀଡିତ ପତ୍ନୀଙ୍କ ଏତଲା ଅନୁସାରେ ଅଭିଯୁକ୍ତଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଥିଲା । ଏହା ପୂର୍ବରୁ କୁହାଯାଇଥିଲା ଯେ ବାଇକ୍ ଚୋରୀ କରିବା ସନ୍ଦେହରେ ତବରେଜ୍ ଙ୍କୁ ନୃଶଂସଙ୍କ ଭଳି ପିଟାଯାଇଥିଲା ଯେଉଁ କାରଣରୁ ତାଙ୍କ ବ୍ରେନ୍ ହ୍ୟାମ୍ଭ୍ରେଜ୍ ଘଟି ମୃତ୍ୟୁ ହୋଇଯାଇଥିଲା । ପୋଲିସ୍ ସୂତ୍ର ଅନୁସାରେ , ଡାକ୍ତରୀ ରିପୋର୍ଟରେ କୁହାଯାଇଛି ଯେ ଅନ୍ସାରୀଙ୍କ ମୁଣ୍ଡର ହାଡ଼ ଭାଙ୍ଗିଯାଇଥିଲା ଯେଉଁ କାରଣରୁ ବ୍ରେନ୍ ହ୍ୟାମ୍ଭ୍ରେଜ୍ ଘଟି ତାଙ୍କ ମୃତ୍ୟୁ ହୋଇଯାଇଥିଲା ।

ଆପଣଙ୍କୁ କହିରଖୁଛୁ ଚଳିତ ବର୍ଷ ଜୁନ୍ ମାସରେ ବାଇକ୍ ଚୋରୀ ସନ୍ଦେହରେ ଭିଡ଼ହିଂସାର ଶିକାର ପାଲଟିଥିଲେ ତବରେଜ୍ ଅନ୍ସାରୀ । ଅଭିଯୁକ୍ତ ତାଙ୍କୁ “ଜୟ ଶ୍ରୀରାମ” ନାରା ଲଗାଇବାକୁ ମଧ୍ୟ ବାଧ୍ୟ କରିଥିଲେ । ତେବେ ମାରପିଟ୍ ଘଟଣାର ୧ ସପ୍ତାହ ପରେ ପୀଡିତଙ୍କ ପୋଲିସ୍ ଥାନାରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏହି ହତ୍ୟା ମାମଲାରେ ୧୧ ଜଣ ଲୋକଙ୍କୁ ଗିରଫ କରିଥିଲା ପୋଲିସ୍ ।