ଭାରତରେ ୧୬୩୭ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୩୮୬ କରୋନା ପଜିଟିଭ୍ ବୃଦ୍ଧି ପାଇବା ପରେ ପ୍ରକାଶ ପାଇଲା ଉଦବେଗ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଲା, ନିଜାମୁଦ୍ଦିନ ଧାର୍ମିକ ସମାବେଶ ଯୋଗୁଁ ବଢ଼ିଲା ସଂକ୍ରମଣ ।

Advertisment
ଦେଶରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା । ୨୪ ଘଣ୍ଟାରେ ୭୭୩ ଆକ୍ରାନ୍ତ, ୩୨ ମୃତ, ମୋଟ ଆକ୍ରାନ୍ତ ସଂଖ୍ୟା ୫ହଜାର ୧୯୪ । ସୁସ୍ଥ ହୋଇ ଘରକୁ ଫେରିଲେ ୪୦୨ ଜଣ ।

କନକ ବ୍ୟୁରୋ: କରୋନା ସଂକ୍ରମଣ ନେଇ ଭାରତର ସଂଖ୍ୟା ସୀମିତ ସୀମା ଭିତରେ ବଢୁଥିବାବେଳେ, ଗତ ୨୪ ଘଂଟାରେ କିନ୍ତୁ ଏକ ଚିନ୍ତା ଜନକ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଗତକାଲି ଠାରୁ ଆଜି ମଧ୍ୟରେ ୩୮୬ଜଣ ନୂଆ ଲୋକ ଏହି କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଏହି ଟ୍ରେଣ୍ଡ ସାଧାରଣ ନୁହେଁ, ତବଲିଘି ଜମାତ ପାଇଁ ହଠାତ୍ ଏଭଳି ଏକ ସଂଖ୍ୟା ବଢିଯାଇଛି ।

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ହୋଇଥିବା ନିଜାମୁଦ୍ଦିନ ଧାର୍ମିକ ସମାବେଶ କାରଣ ପାଇଁ ଏହି ସଂଖ୍ୟା ବଢିଯାଇଛି । ଭାରତରେ ବର୍ତମାନ ଯାଏଁ ୧୬୩୭ ଜଣଙ୍କ ଠାରେ କରୋନା ଚିହ୍ନଟ ହୋଇଛି । ଏବଂ ମୃତ୍ୟୁ ସଂଖ୍ୟା ୩୯ରେ ପହଁଚିଛି । ୧୩୨ ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି । ନିଜାମୁଦ୍ଦିନ ଧାର୍ମିକ ସମାବେଶ ହୋଇଥିବା ସ୍ଥଳରୁ ୨୩୬୧ ଲୋକଙ୍କୁ ଖାଲି କରାଯାଇ ସଂଗରୋଧ ବା କ୍ୱାରେଂଟାଇନ୍ରେ ରଖାଯାଇଛି । ଏବଂ ଲକ୍ଷଣ ପ୍ରକାଶ ପାଇଥିବା ୬୧୭ ଜଣଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଏଯାଏଁ ସେମାନଙ୍କ ମଧ୍ୟରୁ ୮୪ଜଣଙ୍କ ଠାରେ କରୋନା ଚିହ୍ନଟ ହୋଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରେଳବାଇ ପକ୍ଷରୁ ୨୦ ହଜାର ରେଳଡବାରେ ପ୍ରାୟ ୩.୨ ଲକ୍ଷ କ୍ୱାରାଣ୍ଟାଇନ ବେଡ ପ୍ରସ୍ତୁତ କରାଯାଇଛି । ଆଉ ୫ ହଜାର ରେଳଡବାକୁ ଏଥିପାଇଁ ପ୍ରସ୍ତୁତ କରାଯାଉଛି । ଅନ୍ୟପକ୍ଷରେ ବିମାନ ମାଧ୍ୟମରେ ଜରୁରୀ ଡାକ୍ତରୀ ସାମଗ୍ରୀ ଯଥା ଔଷଧ, ମାସ୍କ, ଟେଷ୍ଟିଂ କିଟ ଆଦିର ପରିବହନ କରାଯାଉଛି । ଏପର୍ୟ୍ୟନ୍ତ ଦେଶରେ ପ୍ରାୟ ୫୦ ହଜାର ପରୀକ୍ଷା କରାଯାଇସାରିଲାଣି ଓ ତାମଧ୍ୟରୁ ୮୬୧ଟି ପରୀକ୍ଷା ଘରୋଇ ଲାବରେ କରାଯାଇଛି ବୋଲି ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe