କନକ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ।ଉଦୟପୁରରେ ଏକ ଅନ୍ତରଙ୍ଗ ପାରିବାରିକ ସମାବେଶରେ ବ୍ୟାଡମିଣ୍ଟନ ଖେଳାଳି ମାଥିଆସ୍ ବୋଏଙ୍କୁ ବିବାହ କରିଛନ୍ତି। ଉଭୟ ଶିଖ୍ ଧର୍ମ ଏବଂ ଖ୍ରୀଷ୍ଟିଆନ ରୀତିନୀତିରେ ଦୁହିଁଙ୍କ ବିବାହ ହୋଇଥିବା ଜଣାପଡିଛି ।
ତାପସୀ ପନ୍ନୁ ଏବଂ ମାଥିଆସ୍ କେବଳ ସେମାନଙ୍କର ନିକଟତମ ପରିବାର ଏବଂ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ବିବାହକୁ ଏକ ବ୍ୟକ୍ତିଗତ ରଖିବାକୁ ଚେଷ୍ଟା କରିଛନ୍ତି । ଏହି ସମାରୋହର ଅଧିକ କାହାକୁ ନିମନ୍ତ୍ରଣ ନକରି ବରଂ ଅତି ନିକଟତର ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରିଥିଲେ । ନିଜ ବିବାହକୁ ଗଣମାଧ୍ୟମ ଦୃଷ୍ଟିରୁ ଦୂରେଇ ରଖିବାକୁ ଚାହୁଁଥିବା କହିଥିଲେ ତାପସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/taapsee-pannu-talks-about-her-relationship-with-boyfriend-mathias-boe-.jpg)