ଭାରତରେ ନୁହେଁ ୟୁଏଇରେ ହୋଇପାରେ ଟି-୨୦ ବିଶ୍ୱକପ୍! ଜାଣନ୍ତୁ କେବେ ହୋଇପାରେ ଉଦଘାଟନୀ ମ୍ୟାଚ୍?

208

କନକ ବ୍ୟୁରୋ : ଭାରତରେ ନୁହେଁ ୟୁଏଇରେ ହୋଇପାରେ ଟି-୨୦ ବିଶ୍ୱକପ୍ । ଅକ୍ଟୋବର ୧୭ରୁ ବିଶ୍ୱକପ ଆରମ୍ଭ ହେବ, ନଭେମ୍ବର ୧୪ରେ ଫାଇନାଲ ଖେଳାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ବିସିସିଆଇ କିମ୍ବା ଆଇସିସି ପକ୍ଷରୁ ଏଯାଏଁ ଭାରତରୁ ବିଶ୍ୱକପ୍ ସ୍ଥାନାନ୍ତରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । କିନ୍ତୁ ମିଳିଥିବା ସୂଚନା ମୁତାବକ ଟି-୨୦ ବିଶ୍ୱକପ ୟୁଏଇ ଏବଂ ଓମାନରେ ହୋଇପାରେ । ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ମଧ୍ୟରେ ୟୁଏଇରେ ଆଇପିଏଲର ବଳକା ମ୍ୟାଚ୍ ଖେଳାଯିବ । ଆଉ ଏହାର ଦୁଇ ଦିନ ପରେ ଟି-୨୦ ବିଶ୍ୱକପ ଖେଳାଯିବ ବୋଲି କୁହାଯାଉଛି ।

ୟୁଏଇର ଆବୁଧାବି, ସାରଜାହା ଓ ଦୁବାଇରେ ଟି-୨୦ ବିଶ୍ୱକପର ମ୍ୟାଚ୍ ଗୁଡିକ ଖେଳାଯିବ ।ସେହିଭଳି ରାଉଣ୍ଡ-୧ ମୁକାବିଲା ୟୁଏଇ ନଚେତ ଓମାନରେ ହୋଇପାରେ । ରାଉଣ୍ଡ-୧ରେ ଆଠଟି ଟିମରେ ମଧ୍ୟରେ ୧୨ଟି ମ୍ୟାଚ୍ ଖେଳାଯିବ । ଯେଉଁଥିରୁ ପ୍ରତ୍ୟେକ ଗ୍ରୁପରୁ ଦୁଇଟି ଟିମ ଲେଖାଏଁ ମୋଟ ୪ଟି ଟିମ ସୁପର-୧୨ ପାଇଁ କ୍ୱାଲିଫାଏ କରିବେ । ସେହିଭଳି ସୁପର-୧୨ରେ ୩୦ଟି ମ୍ୟାଚ୍ ଖେଳାଯିବ ।