ଭାରତରେ ନୁହେଁ ୟୁଏଇରେ ଖେଳାଯାଇପାରେ ଟି-୨୦ ବିଶ୍ୱକପ୍ । କେନ୍ଦ୍ର ସରକାରଙ୍କ ସହ ବିସିସିଆଇର ଆଲୋଚନା ।

409

କନକ ବ୍ୟୁରୋ : ଭାରତରେ ଖେଳାଯାଇନପାରେ ଟି-୨୦ ବିଶ୍ୱକପ । ଚଳିତବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୟୁଏଇରେ ଖେଳାଯାଇପାରେ । ଏସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି, ଆସନ୍ତା ୧ ମାସ ମଧ୍ୟରେ ନିଆଯିବ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବା ବେଳେ ୟୁଏଇ ଠାରେ ଟି-୨୦ ବିଶ୍ୱକପ୍ କରିବାକୁ ଯୋଜନା କରୁଛି ବିସିସିଆଇ । ବିସିସିଆଇ ଅଧିକାରୀ ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ୯ଟି ସ୍ଥାନରେ ଖେଳାଯାଇପାରେ ଟି-୨୦ ବିଶ୍ୱକପ୍ । କିନ୍ତୁ ଏନେଇ କୌଣସି ଘୋଷଣା କରାଯାଇନାହିଁ ।

ବିସିସିଆଇର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଭାରତରେ ଆସନ୍ତା ନଭେମ୍ବରରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଆଉ ଏହାକୁ ଦୃଷ୍ଟିରେ ରଖି ସମ୍ଭବତଃ ୟୁଏଇରେ ବିଶ୍ୱକପ ଖେଳାଯାଇପାରେ । ସେପଟେ ଅଧିକ ଖେଳାଳୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲର ୧୪ତମ ସଂସ୍କରଣକୁ ସ୍ଥଗିତ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ।