ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚକୁ ୭.୧ ଓଭରରେ ଜିତିଲେ…ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ଟପିବ ଟିମ୍ ଇଣ୍ଡିଆ ।

226

କନକ ବ୍ୟୁରୋ: ଭାରତ ବିପକ୍ଷରେ ପ୍ରଥମ ଇଂନିସରେ ସ୍କଟଲ୍ୟାଣ୍ଡ ୮୫ ରନ୍ । ଆଉ ବିଜୟ ପାଇଁ ଭାରତ ପାଖରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ୮୬ ରନ୍ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତ ଯଦି ଏହି ମ୍ୟାଚକୁ କେବଳ ୭.୧ ଓଭରରେ ଜିତିନିଏ ତେବେ ପଏଣ୍ଟ ଟେବୁଲରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ । ଭାରତ ଯଦି କେବଳ ୪୩ ବଲରେ ନିର୍ଦ୍ଧାରିତ ୮୬ ରନ୍ ହାସଲ କରିନିଏ ତେବେ ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ କାଟି ଦଳ ତୃୃତୀୟ ସ୍ଥାନରେ ପହଞ୍ଚିଯିବ । ଯାହା ଟିମ୍ ଇଣ୍ଡିଆର ସେମିଫାଇନାଲ ପ୍ରବେଶକୁ କିଛି ପରିମାଣରେ ସହାୟ ହେବ ।

ଅନ୍ୟପଟେ ଟିମ୍ ଇଣ୍ଡିଆ ଯଦି ଏହି ମ୍ୟାଚକୁ ୮.୫ ଓଭରରେ ଜିତିନିଏ ତେବେ ନେଟ୍ ରନରେ ମଧ୍ୟ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ଅଧିକ ରହିବ । ଏଭଳି ସ୍ଥିତିରେ ଆଫଗାନିସ୍ତାନ ଯଦି ପରବର୍ତ୍ତୀ ମ୍ୟାଚରେ ବିଜୟୀ ହୁଏ ତେବେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିବ । ସୂଚନାଯୋଗ୍ୟ ଯେ, ଆଜି ଭାରତ-ସ୍କଟଲ୍ୟାଣ୍ଡ ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯାଉଛି । ଯେଉଁଥିରେ ଭାରତ ପ୍ରଥମେ ବୋଲିଂ କରିଛି । ପ୍ରଥମ ଇଂନିସରେ ବ୍ୟାଟିଂ କରି ସ୍କଟଲ୍ୟାଣ୍ଡ ୮୫ ରନ୍ କରିଛି । ଆଉ ଏହି ମ୍ୟାଚକୁ ବିରାଟ ବାହିନୀ ୭.୧ ଓଭରରେ ଜିତିବାକୁ ଭରପୂର ଉଦ୍ୟମ କରିବ ।