ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢ଼େଇ । କିଏ ସାଜିବ ଭାରତର ଟ୍ରମ୍ପ କାର୍ଡ? ଏହିସବୁ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ।

66

କନକ ବ୍ୟୁରୋ: ୧୭ ବର୍ଷର ଅପେକ୍ଷାର ଅନ୍ତ ଘଟିବ । ନୂଆ ଇତିହାସ ରଚିବା ଲକ୍ଷ୍ୟରେ ଆଜି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ୧୪୦ କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା, ବିଶ୍ୱାସ, ଭରସା ଆଉ ସ୍ୱପ୍ନ ଏବେ ୧୧ ଜଣ ଖେଳାଳୀଙ୍କ ଉପରେ ରହିଛି । ୨୦୦୭ରେ ଅନୁଷ୍ଠିତ ବିଶ୍ୱକପର ପ୍ରଥମ ସଂସ୍କରଣରେ ଭାରତ ଟାଇଟଲ ଜିତିଥିଲା । ଏହାରି ଭିତରେ ୧୭ ବର୍ଷ ବିତିଯାଇଥିଲେ ମଧ୍ୟ ଭାରତ ଆଉ ଚାମ୍ପିଅନ୍ ହୋଇପାରିନାହିଁ । ମାତ୍ର ୭ ମାସ ତଳେ ଦିନିକିଆ ବିଶ୍ୱକପ୍ ଫାଇନାଲ ପରାଜୟକୁ କେହି ବି ଭୁଲିନାହାନ୍ତି । କିନ୍ତୁ ଆଜି ଅଧାରେ ରହିଥିବା ଆମ ସ୍ୱପ୍ନକୁ ପୂରା କରିବ ରୋହିତବାହିନୀ ।

ଆଜି ବେଷ୍ଟ ଭର୍ସେସ ବେଷ୍ଟ ଫାଇଟ୍ । ଏହି ପୂରା ଟୁର୍ଣ୍ଣାମେଂଟରେ ଉଭୟ ଭାରତ ଓ ଦକ୍ଷିଣଆଫ୍ରିକା ଅପରାଜେୟ ରହିଛନ୍ତି । ଉଭୟ ଦଳ ଦମଦାର ପ୍ରଦର୍ଶନ କରିଥିବାବେଳେ ଗୋଟିଏ ବି ମ୍ୟାଚ୍ ହାରିନାହାନ୍ତି । ତେଣୁ ଆଜି ଏକ ରୋମାଂଚକର ମ୍ୟାଚ୍ ଦେଖିବାକୁ ମିଳିବ । ଦକ୍ଷିଣଆଫ୍ରିକା ପ୍ରଥମଥର ପାଇଁ କୌଣସି ବିଶ୍ୱକପ୍ ଫାଇନାଲ୍ ଖେଳିବାକୁ ଯାଉଥିବାବେଳେ ୧୦ବର୍ଷ ପରେ ଭାରତ ଟି-୨୦ ବିଶ୍ୱକପ୍ ଫାଇନାଲ ଖେଳିବ । ରାତି ୮ଟାରେ କେନ୍ସିଙ୍ଗଟନ୍ ଓଭାଲ, ବାର୍ବାଡୋସରେ ହେବ ସବୁଠୁ ବଡ଼ ବ୍ୟାଟେଲ୍ ।

ପୂରା ଭାରତର ନଜର ଦୁଇଜଣ ଖେଳାଳୀଙ୍କ ଉପରେ । ରୋହିତ ଶର୍ମା ଓ ବିରାଟ କୋହଲି । କ୍ୟାପଟେନ୍ ରୋହିତ, ଲିଡର ରୋହିତ, ଲିଜେଣ୍ଡ ରୋହିତ, ହିଟମ୍ୟାନ୍ ରୋହିତ । ବିଶ୍ୱକପ୍ ପୂର୍ବରୁ ରୋହିତଙ୍କ ଫିଟନେସକୁ ନେଇ ଅନେକ ଚର୍ଚ୍ଚା କରାଯାଉଥିଲା । କିନ୍ତୁ ସେ ପ୍ରମାଣ କରିପାରିଛନ୍ତି, ଯେ ତାଙ୍କ ପାଇଁ ମାଇଲଷ୍ଟୋନ ମ୍ୟାଟର କରେନି । କେମିତି ସେଲ୍ଫଲେସ୍ ଆପ୍ରୋଚ ରହେ, କେମିତି ଫିୟରଲେସ୍ ଇଟେଂଟ ରହେ, ତାହା ଇନଟେଂଟ ମେସିନ୍ ହିଟମ୍ୟାନ୍ ରୋହିତ ଶର୍ମା ଶିଖେଇଦେଇଛନ୍ତି । ସେଲ୍ଫଲେସନେସର ଡେଫିନେସନ୍ ଯଦି କିଏ ଆପଣଙ୍କୁ ପଚାରେ, ଆପଣ ରୋହିତ ଶର୍ମାଙ୍କ ନାଁ ନେଇପାରିବେ । ଅନ୍ୟପଟେ ରନ୍ ମେସିନ୍ ବିରାଟ କୋହଲି । ଚଳିତ ବିଶ୍ୱକପରେ ବିରାଟଙ୍କ ବ୍ୟାଟ୍ ଶାନ୍ତ ରହିଛି, କିନ୍ତୁ ଆମେ ସମସ୍ତେ ଜାଣିଛୁ, ଯେ ବିରାଟ ହେଉଛନ୍ତି ବଡ ମ୍ୟାଚର ହିରୋ । ତେଣୁ ଆଜି ଫାଇନାଲରେ କୋହଲି କମାଲ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।