କନକ ବ୍ୟୁରୋ: ଇଂଲଣ୍ଡ ସୁପର ୮ରେ ପହଞ୍ଚାଇଲା ଅଷ୍ଟ୍ରେଲିଆ । ଗତକାଲି ଖେଳାଯାଇଥିବା ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିବା ସହିତ ଇଂଲଣ୍ଡର ସୁପର-୮ ଯିବା ସ୍ପଷ୍ଟ ହେଇଯାଇଛି । ଅଷ୍ଟ୍ରେଲିଆ ଏବଂ ସ୍କଟଲ୍ୟାଣ୍ଡ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୦ ରନ୍ କରିଥିଲା ସ୍କଟଲ୍ୟାଣ୍ଡ । ଏହାପରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ୨୦ ଓଭରରେ ୧୮୧ ରନ୍ ଆବଶ୍ୟକ ହେଉଥିଲା । ଆଉ କଙ୍ଗାରୁ ଦଳ ୨୦ ଓଭରର ଚତୁର୍ଥ ବଲରେ ହିଁ ବିଜୟ ହାସଲ କରିବା ସହ ବିଶ୍ୱକପର ସୁପର-୮ ଦଳ ଧାର୍ଯ୍ୟ କରିଛି । ଗ୍ରୁପ-ବିରୁ ଅଷ୍ଟ୍ରେଲିଆ ସୁପର-୮ ପାଇଁ କ୍ୱାଲିଫାଏ କରିସାରିଥିବାବେଳେ, ଏବେ ଇଂଲଣ୍ଡ ଦଳ ଦ୍ୱିତୀୟ ଟିମ୍ ପାଇଁ ସୁପର-୮ରେ ପ୍ରବେଶ କରିଛି ।
Scotland's defeat to Australia means England sew up a spot in the Super Eight 🏴
All standings ➡️ https://t.co/2xst7AoXBg#T20WorldCuppic.twitter.com/OKXPe8uiGv
— ICC (@ICC) June 16, 2024
ଗତକାଲି ଅଷ୍ଟ୍ରେଲିଆ ବିଜୟର ପ୍ରମୁଖ ପ୍ଲେୟାର ସାଜିଥିଲେ ମାର୍କସ ଷ୍ଟୋଇନିସ୍ ଏବଂ ଟ୍ରାଭିସ୍ ହେଡ୍ । ଦୁଇ ଜଣ ଚତୁର୍ଥ ୱିକେଟରେ ୮୦ ରନର ପାର୍ଟନରସିପ୍ କରିଥିଲେ । ଓପନର ଟ୍ରାଭିସ୍ ହେଡ୍ ୪୯ ବଲରେ ୬୮ ରନର ଇଂନିସ୍ ଖେଳିଥିଲେ । ହେଡ୍ ତାଙ୍କ ଇଂନିସରେ ୫ଟି ଚୌକା ସହ ୪ଟି ଛକା ମାରିଥିଲେ । ସେହିପରି ଷ୍ଟୋଇନିସ୍ ୨୯ ବଲରୁ ଧୂଆଁଧାର ୫୯ ରନର ଇଂନିସ୍ ଖେଳିଥିଲେ ।
ସୂଚନାଯୋଗ୍ୟ ଯେ, ଗ୍ରୁପ ବିରେ ୮ ପଏଣ୍ଟ ସହ ଅଷ୍ଟ୍ରେଲିଆ ସୁପର-୮କୁ କ୍ୱାଲିଫାଏ କରିଛି । ଏଥିସହ ଇଂଲଣ୍ଡ ଏବଂ ସ୍କଟଲ୍ୟାଣ୍ଡ ଉଭୟ ଟିମ୍ ୫ ପଏଣ୍ଟ ସହ ସମାନ ରହିଥିଲେ । ହେଲେ ଉନ୍ନତ ରନ୍ ରେଟ୍ ଆଧାରରେ ଇଂଲଣ୍ଡ ଟିମ୍ ଦ୍ୱିତୀୟ ସ୍ଥାନ ହାସଲ କରିବା ସହ ସୁପର-୮କୁ ଉତ୍ତୀର୍ଣ୍ଣ ହେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/Capture-48.jpg)