ଟି-୨୦ ବିଶ୍ୱକପ ଜର୍ସି ଉନ୍ମୋଚନ । ଏକାଠି ନଜର ଆସିଲେ ଜୟ ଶାହା, ରୋହିତ ଶର୍ମା, ବିବାଦ ଭିତରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଗାୟବ

1,855

କନକ ବ୍ୟୁରୋ : ବିଧିବଦ୍ଧ ଭାବେ ଉନ୍ମୋଚନ ହେଲା ଟି-୨୦ ବିଶ୍ୱକପର ଜର୍ସି । ଏଥିସହ ନୂଆ ରଙ୍ଗ ରୂପରେ ଟିମ ଇଣ୍ଡିଆ ଜର୍ସି ଦେଖିବାକୁ ମିଳିଛି । ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜର୍ସିକୁ ଲଂଚ କରାଯାଇଛି । ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହା, ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କାର୍ଯକ୍ରମରେ ଉପସ୍ଥିତ ଥିଲେ । ଉନ୍ମୋଚନ ସମୟର ଭିଡିଓକୁ ବିସିସିଆଇ ନିଜ ଅଫିସିଆଲ ଫେଜରେ ପୋଷ୍ଟ କରିଛି । ଟିମ ଇଣ୍ଡିଆ ପରିଧାନ କରିଥିବା ଜର୍ସିର କିଛି ଝଲକ ପୂର୍ବରୁ ଆଡିଡାସ ପୋଷ୍ଟ କରିସାରିଛି । ହେଲିକପ୍ଟର ଜରିଆରେ ଜର୍ସିକୁ ଧର୍ମଶାଳା ଷ୍ଟାଡିୟମରେ ରୋହିତ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜାଙ୍କ ଉପସ୍ଥିତିରେ ଲଂଚ କରାଯାଇଥିଲା । ଆଜି ବିଧିବଦ୍ଧ ଭାବେ ଜର୍ସିକୁ ଉନ୍ମୋୁଚନ କରାଯାଇଛି । ନୂଆ ଜର୍ସିର ହାତ ଓ ବେକରେ ନାରଙ୍ଗୀ ରଙ୍ଗକୁ ସ୍ଥାନ ଦିଆଯାଇଛି । ଜୁନ ୨ରୁ ଆରମ୍ଭ ହେବ ବିଶ୍ୱକପ ମହାସମର । ଆମେରିକା ଓ ୱେଷ୍ଟଇଣ୍ଡିଜ ଟି ୨୦ ବିଶ୍ୱକପ ଆରମ୍ଭ ହେବ ।୧୫ଜଣିଆ ସ୍କ୍ୱାଡ ଘୋଷଣା ହୋଇସାରିଛି ।