ଆଇପିଏଲରୁ ଅବସର ନେଲେ । ଏବେ ଟି-୨୦ ବିଶ୍ୱକପରେ ତୁଲାଇବେ ଭାଷ୍ୟକାର ଦାୟିତ୍ୱ । କମେଣ୍ଟ୍ରି କରିବେ ଦିନେଶ କାର୍ତ୍ତିକ ।

236

କନକ ବ୍ୟୁରୋ: ଆଇପିଏଲରୁ ଅବସର ନେଲେ, ଏବେ ଟି-୨୦ ବିଶ୍ୱକପରେ ମିଳିଲା ଗୁରୁ ଦାୟିତ୍ୱ । ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପରେ ଭାଷ୍ୟକାର ଭୂମିକାରେ ନଜର ଆସିବେ ଦିନେଶ କାର୍ତ୍ତିକ । ତେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଭାଷ୍ୟକାରମାନଙ୍କର ଏକ ତାଲିକା ପ୍ରକାଶ କରିଛି । ଯେଉଁଥିରେ ସାମିଲ ଅଛନ୍ତି ଦିନେଶ କାର୍ତ୍ତିକ ।

୪୦ ସଦସ୍ୟ ବିଶିଷ୍ଟ ଏହି ଭାଷ୍ୟକାରଙ୍କ ପ୍ୟାନେଲରେ ଦିନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିଛି । କାର୍ତ୍ତିକ ଚଳିତ ବର୍ଷ ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଦଳକୁ ପ୍ରତିନିଧିତ୍ୱ କରୁଥିଲେ । ତେବେ ଆସନ୍ତା ବର୍ଷ ସେ ଆଇପିଏଲ ଖେଳିବେ ନାହିଁ । ରାଜସ୍ଥାନ ରୟାଲ ବିପକ୍ଷ ଏଲିମିନେଟର ମ୍ୟାଚରେ ସେ ଆଇପିଏଲରୁ ବିଦାୟ ନେଇଛନ୍ତି ।

ସୂୂଚନାଯୋଗ୍ୟ ଯେ, ବିଶ୍ୱକପର ଏହି ଭାଷ୍ୟକାର ତାଲିକାରେ ତାଙ୍କ ସହ ଭାରତରୁ ହର୍ଷ ଭୋଗଲେ, ରବି ଶାସ୍ତ୍ରୀ ଏବଂ ସୁନୀଲ ଗାଭାସ୍କରଙ୍କୁ ସ୍ଥାନ ମିଳିଛି । ଏହା ସହ ପାକିସ୍ତାନର ୱାସିମ୍ ଆକ୍ରମ, ୱକାର ୟୁନିସ୍ ଏବଂ ରମିଜ ରାଜାଙ୍କୁ ମଧ୍ୟ ଭାଷ୍ୟକାରଙ୍କ ଗ୍ରୁପରେ ସାମିଲ କରାଯାଇଚି ।