କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ । ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ । ୧୪୯ ରନକୁ ଟାର୍ଗେଟ୍ ପିଛା କରି ୧୨୭ ରନରେ ଅଲଆଉଟ୍ ହେଲା କଙ୍ଗାରୁ ଟିମ୍ । ଏଥିସହ ଚଳିତ ବିଶ୍ୱକପରେ ଏଭଳି ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଆଉ ଏଥିସହ ଦିନିକିଆ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଇଛି ଆଫଗାନିସ୍ତାନ ।
ଜୁନ୍ ୨୩ ତାରିଖରେ ଟି-୨୦ ବିଶ୍ୱକପର ସୁପର-୮ ପର୍ଯ୍ୟାୟରେ ମୁହାଁମୁହିଁ ହେଇଥିଲେ ଅଷ୍ଟ୍ରେଲିଆ ଏବଂ ଭାରତ । ଯାହାପରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୪୮ ରନ୍ କରିବାକୁ ସକ୍ଷମ ହେଇଥିଲା । ଆଉ ଦ୍ୱିତୀୟ ଇଂନିସରେ ମାତ୍ର ୧୨୭ ରନ୍ କରି ଅଟକିଯାଇଥିଲା ଅଷ୍ଟ୍ରେଲିଆ । ରବିବାର ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୬ ୱିକେଟ୍ ହରାଇ ୧୪୮ ରନ୍ କରିଥିଲା । ଓପନର ଗୁରବାଜ ୬୦ ଓ ଇବ୍ରାହିମ୍ ଜର୍ଦାନ୍ ୫୧ ରନର ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମାକ୍ସୱେଲଙ୍କୁ ଛାଡିଦେଲେ ଅନ୍ୟ କେହି ଭଲ ସ୍କୋର କରିପାରିନଥିଲେ । ମାକ୍ସୱେଲ ୫୯ ରନ୍ କରି ଆଉଟ୍ ହୋଇଥିଲେ ।
Afghanistan bury the demons of 2023 💥
A historic #T20WorldCup victory for Afghanistan 🤩
📝 #AFGvAUS: https://t.co/wXEyJ9HIRYpic.twitter.com/iIuoGTdyf6
— ICC (@ICC) June 23, 2024
ସୁପର-୮ରେ ଏହି ବିଜୟ ସହ ଗ୍ରୁପ-୧ର ସମୀକରଣ ବେଶ ରୋଚକ ହେଇଛି । ଭାରତ ଏବେ ଦୁଇଟିରୁ ଦୁଇଟି ବିଜୟ ହାସଲ କରି ଟେବୁଲ ଟପ୍ପର ଥିବାବେଳେ, ଆଗକୁ ଭାରତ ସହ ଅଷ୍ଟ୍ରେଲିଆର ମ୍ୟାଚ୍ ହେବାକୁ ଯାଉଛି । ତେଣୁ ଏପରି ସ୍ଥିତିରେ ଯଦି ଅଷ୍ଟ୍ରେଲିଆ ଭାରତଠାରୁ ମ୍ୟାଚ୍ ହାରିଯାଉଛି, ତେବେ ଅଷ୍ଟ୍ରେଲିଆ ପାଇଁ ସେମିଫାଇନାଲ ରାସ୍ତା ଅଡୁଆ ହେଇପାରେ । ଅନ୍ୟପଟେ ଅଷ୍ଟ୍ରେଲିଆକୁ ହରେଇ ସେମିଫାଇନାଲ ଦୌଡରେ ଆଗୁଆ ହେଇଛି ଆଫଗାନିସ୍ତାନ । ଦଳ ଯଦି ଆଗାମୀ ମ୍ୟାଚରେ ବାଂଲାଦେଶକୁ ହରାଇଦିଏ, ତେବେ ସେମିଫାଇନାଲ ଯିବା ସହଜ ହେଇଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/Capture-68.jpg)