କନକ ବ୍ୟୁରୋ: ଚଳିତ ଟି-୨୦ ବିଶ୍ୱକପରେ ଇତିହାସର ରଚିଛି ଆଫଗାନିସ୍ତାନ । ସୁପର-୮ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବାଂଲାଦେଶକୁ ହରାଇବା ସହ ସେମିରେ ପ୍ରବେଶ କରିଛି ଦଳ । ଖାଲି ସେତିକି ନୁହେଁ, ଅଷ୍ଟ୍ରେଲିଆ ମଧ୍ୟ ଆଫଗାନିସ୍ତାନର ଏହି ବିଜୟ ସହ ସେମିରୁ ବାଦ୍ ପଡିଛି । ଏଥିସହ ଟି-୨୦ ବିଶ୍ୱକପର ସେମିଫାଇନାଲ ଲାଇନ୍ ଅପ୍ ଚୂଡାନ୍ତ ହେଇଛି । ଆସନ୍ତା ୨୭ ତାରିଖରେ ପ୍ରଥମ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ଭିତରେ ଖେଳାଯିବାକୁ ଥିବାବେଳେ, ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ଭାରତ ।
ଆଜି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୧୫ ରନ୍ କରିଥିଲା ଆଫଗାନିସ୍ତାନ । ଦଳର ଓପନର ଗୁରବାଜ ୪୩ ରନର ଚମକ୍ରାର ଇଂନିସ୍ ଖେଳିଥିଲେ । ତା ସହ କ୍ୟାପଟେନ୍ ରସିଦ୍ ଖାନ୍ ମଧ୍ୟ ୧୦ ବଲରୁ ୧୯ ରନ୍ କରିଥିଲେ । ତେବେ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଇଂନିସରେ ବାଲାଂଦେଶକୁ ଡିଏଲଏସ୍ ମେଥଡରେ ୧୧୪ ରନର ଟାର୍ଗେଟ ଦିଆଯାଇଥିଲା । ହେଲେ ଏହି ରନ୍ ସଂଗ୍ରହ କରିବା ଲକ୍ଷ୍ୟରେ ଆଗକୁ ବଢୁଥିବା ବାଂଲାଦେଶ କିନ୍ତୁ ପଛରେ ପଡିଯାଇଥିଲା । ଆଫଗାନିସ୍ତାନର ବୋଲର ନବୀନ ଉଲ ହକ୍ ୪ଟି ଏବଂ ରସିଦ୍ ଖାନ୍ ମଧ୍ୟ ୪ଟି ୱିକେଟ୍ ସଫଳତା ପାଇଥିଲେ ।
ଆଫଗାନିସ୍ତାନର ଏହି ବିଜୟ ଅଷ୍ଟ୍ରେଲିଆକୁ ବିଶ୍ୱକପରୁ ବିଦାୟ ଦେଇଛି । ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରିନି କଙ୍ଗାରୁ ଦଳ । ଗତକାଲି ସୁପର-୮ ମ୍ୟାଚରେ ଭାରତ ପାଖରୁ ମଧ୍ୟ ଅଷ୍ଟ୍ରେଲିଆ ପରାଜୟ ବରଣ କରିଥିଲା । ଆଉ ଆଜି ଆଫଗାନିସ୍ତାନ ଦଳ ବାଂଲାଦେଶକୁ ହରାଇବା ପରେ ଅଷ୍ଟ୍ରେଲିଆର ବିଶ୍ୱକପ୍ ଅଭିଯାନ ଶେଷ ହେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/16-22.jpg)