କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ, ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବର୍ଷା ବାଧକ ସାଜିଛି । ପ୍ରବଳ ବର୍ଷା କାରଣରୁ ମ୍ୟାଚକୁ ରୋକିଦିଆଯାଇଛି । ତେବେ ବାଂଲାଦେଶ ଦଳ ବିନା କୌଣସି ୱିକେଟ ହରାଇ ୬୬ ରନ ସଂଗ୍ରହ କରିଛି । ଲିଟନ ଦାସ ୫୯ ଏବଂ ନଜମୁଲ ହସନ ୭ ରନ କରି କ୍ରିଜରେ ଅଛନ୍ତି । ବର୍ଷା ଯୋଗୁ ଯଦି ଖେଳ ଆରମ୍ଭ ନହୋଇପାରେ ତେବେ ଡକ୍ ୱର୍ଥ ଲୁଇସ ନିୟମ ଅନୁସାରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ହେବ । ତେବେ ଏହା ଭାରତ ପାଇଁ ଖରାପ ଖବର । କାରଣ ଏହି ସମୟ ସୁଦ୍ଧା ଡକ୍ ୱର୍ଥ ଲୁଇସ ନିୟମରେ ବାଂଲାଦେଶ ୧୭ ରନ ଆଗରେ ରହିଛି । ଯଦି ଏହି ସ୍ଥିତିରେ ଖେଳ ବନ୍ଦ ହୁଏ ତେବେ ଭାରତ ପରାସ୍ତ ହେବ ।

Advertisment

ଯଦି ଭାରତ ଆଜି ବାଂଲାଦେଶଠାରୁ ପରାସ୍ତ ହେଉଛି ତେବେ ସେମିଫାଇନାଲରେ ପହଞ୍ଚିବା କଷ୍ଟକର ହୋଇଯିବ । ବାଂଲାଦେଶ ବିପକ୍ଷରେ ହାରିବା ପରେ ଭାରତ ପାଖରେ ସର୍ବାଧିକ ୬ ପଏଣ୍ଟ ରହିବ । ଏହି ୬ ପଏଣ୍ଟରେ ପହଞ୍ଚିବା ପାଇଁ ଶେଷ ମ୍ୟାଚରେ ଜିମ୍ବାୱେକୁ ହରାଇବାକୁ ପଡିବ । ଯଦି ବାଂଲାଦେଶ ଏହି ମ୍ୟାଚରେ ବିଜୟୀ ହୁଏ ଏବଂ ଶେଷ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରେ ତେବେ ଦକ୍ଷିଣ ଆଫ୍ରିକା ସହ ସେମିଫାଇନାରେ ପହଞ୍ଚିଯିବ । ଦକ୍ଷିଣ ଆଫ୍ରିକା ଆଗାମୀ ମ୍ୟାଚରେ ପାକିସ୍ତାନ ଏବଂ ନେଦରଲାଣ୍ଡକୁ ଭେଟିବାକୁ ଯାଉଛି । ତେଣୁ ସେମିଫାଇନାଲ ଖେଳିବା ଏକପ୍ରକାର ନିଶ୍ଚିତା

ଭାରତ, ବାଂଲାଦେଶ ମ୍ୟାଚରେ ବାଂଲାଦେଶ ଆଗରେ ୧୮୫ରନର ଲକ୍ଷ୍ୟ ରହିଛି । ତେବେ ବାଂଲାଦେଶ ବର୍ତ୍ତମାନ ସୁଦ୍ଧା କୌଣସି ୱିକେଟ ନହରାଇ ୬୬ରନ କରିଛି । ସେପଟେ ଡିଏଲଏସ ମେଥଡରେ ୧୭ ରନରେ ଆଗରେ ରହିଛି । ତେଣୁ ଭାରତୀୟ ଦଳ ବର୍ଷା ଛାଡିବାକୁ ପ୍ରାର୍ଥନା କରୁଛନ୍ତି ।