କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି । ଅନେକ ଟିମ୍ ଏବେ ଅଷ୍ଟ୍ରେଲିଆରେ ପହଞ୍ଚୁଥିବାବେଳେ, ଟିମ୍ ଇଣ୍ଡିଆ ମଧ୍ୟ ଖୁବଶୀଘ୍ର ଅଷ୍ଟ୍ରେଲିଆ ଗସ୍ତରେ ଯିବ । ତେବେ ଏହି ମହାଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆଇସିସି ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ମଙ୍ଗଳବାର ଆଇସିସି ତରଫରୁ ବିଶ୍ୱକପ୍ ଅମ୍ପାୟାର ତାଲିକା ଘୋଷଣା କରାଯାଇଛି । ତେବେ ପୂରା ଟୁର୍ଣ୍ଣାମେଣ୍ଟକୁ ମୋଟ ୨୦ ଜଣ ମ୍ୟାଟ୍ ଅଫିସିଆଲ୍ ନିଜର ସେବା ପ୍ରଦାନ କରିବେ । ଯେଉଁଥିରେ ଜଣେ ମାତ୍ର ଭାରତୀୟ ଅମ୍ପାୟାର ସାମିଲ ଅଛନ୍ତି ।
ଆଇସିସି ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ, ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଜଣ ଅମ୍ପାୟାର୍ସ ମ୍ୟାଚ୍ ପରିଚାଳନା କରିବେ । ରିଚର୍ଡ କେଟଲବ୍ରୋ, ନୀତିନ ମେନନ, କୁମାର ଧର୍ମସେନା ଓ ମରାସ ଏରାସମେସଙ୍କ ଭଳି ଅମ୍ପାୟାର ମ୍ୟାଚ୍ ପରିଚାଳନା କରିବେ । ଯିଏକି ଗତ ଟି-୨୦ ବିଶ୍ୱକପରେ ଅମ୍ପାୟାର ଭୂମିକା ତୁଲାଇଥିଲେ । ତେବେ ବିଶ୍ୱକପରେ ଏକମାତ୍ର ଭାରତୀୟ ଭାବେ ନୀତିନ ମେନନ୍ ମ୍ୟାଚ୍ ପରିଚାଳନା କରିବେ ।
ଖାସ୍ କଥା ହେଉଛି, ଚଳିତ ବର୍ଷ ସେହି ସବୁ ଅମ୍ପାୟାରମାନଙ୍କୁ ପୁଣି ସୁଯୋଗ ମିଳିଛି । ଯେଉଁମାନେ ୨୦୨୧ ଟି ୨୦ ବିଶ୍ୱକପ୍ ପରିଚାଳନା କରିଥିଲେ । ତେବେ ୧୬ ଅମ୍ପାୟାରଙ୍କୁ ଛାଡି ୪ ଜଣ ମ୍ୟାଚ୍ ରେଫରିଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୬ ତାରିଖରେ ବିଶ୍ୱକପର ମଧ୍ୟ ମ୍ୟାଚ୍ ଖେଳାଯିବ । ଯାହାକି ଶ୍ରୀଲଙ୍କା ଓ ନାମ୍ବିଆ ଭିତରେ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/sd.jpg)