ଗ୍ରୁପ-୧ ସେମିଫାଇନାଲ ଗଣିତ ହେଲା ଜଟିଳ । ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡର ବିଜୟ ପରେ, ଗ୍ରୁପ-୧ ସ୍ଥିତି ଗୋଳମାଳିଆ...

ଗ୍ରୁପ-୧ ସେମିଫାଇନାଲ ଗଣିତ ହେଲା ଜଟିଳ । ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡର ବିଜୟ ପରେ, ଗ୍ରୁପ-୧ ସ୍ଥିତି ଗୋଳମାଳିଆ...

କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ଏକ ଦମଦାର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ଇଂଲଣ୍ଡ । ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ୨୦ ରନରେ ନ୍ୟୁଜିଲାଣ୍ଡକୁ ହରେଇ ଦେଇଛି । ତେବେ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ପରାଜୟ ସହ ଗ୍ରୁପ-୧ର ସେମିଫାଇନାଲ ଗଣିତ ବେଶ ରୋଚକ ହୋଇଯାଇଛି । ତେବେ କେଉଁ ଦଳ ଗ୍ରୁପ-୧ରୁ ସେମିଫାଇନାଲରେ ପହଞ୍ଚିବେ ତାହା ଏବେ କହିବା ମୁସ୍କିଲ ହୋଇଯାଇଛି ।

ଇଂଲଣ୍ଡ ଏହି ମ୍ୟାଚ୍ ଜିତିବା ସହ ପଏଣ୍ଟ ଟେବୁଲରେ ଅଦଳବଦଳ ଦେଖିବାକୁ ମିଳିଛି । ଇଂଲଣ୍ଡ ଏବେ ଚାରିଟି ମ୍ୟାଚରୁ ଦୁଇଟିରେ ବିଜୟ, ଗୋଟିଏ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଉନ୍ନତ ରନ୍ ରେଟ୍ କାରଣରୁ ନ୍ୟୁଜିଲାଣ୍ଡ ପ୍ରଥମ ସ୍ଥାନ ବଜାୟ ରଖିଛି । ହେଲେ ଏହି ମ୍ୟାଚ କାରଣରୁ କ୍ଷତି ସହିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଦଳ ଏବେ ଗ୍ରୁପ-୧ର ତୃତୀୟ ସ୍ଥାନକୁ ଖସିଆସିଛି । ତେବେ ଗ୍ରୁପ-୧ରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ତିନୋଟି ଯାକ ଦଳ ୪ଟି ମ୍ୟାଚରୁ ୫ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି ।

ଇଂଲଣ୍ଡର ବିଜୟ ସହିତ ଅଷ୍ଟ୍ରେଲିଆର ସେମିଫାଇନାଲ ରାସ୍ତାରେ ବଡ ବାଧା ସୃଷ୍ଟି ହୋଇଛି । ଯଦି ଇଂଲଣ୍ଡ ନିଜର ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଦିଏ, ତେବେ ଅଷ୍ଟ୍ରେଲିଆ ସମ୍ଭବତଃ ବିଶ୍ୱକପ୍ ସେମିଫାଇନାଲରୁ ବାଦ୍ ପଡିପାରେ । ଅଷ୍ଟ୍ରେଲିଆ ନିଜର ଶେଷ ମ୍ୟାଚ୍ ଆଫଗାନିସ୍ତାନ ସହ ଖେଳିବାକୁ ଥିବାବେଳେ, ଇଂଲଣ୍ଡ ନିଜର ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ସାମ୍ନା କରିବ । ହେଲେ ଦୁଇଟି ଯାକ ଦଳ ଯଦି ବି ନିଜ ଶେଷ ମ୍ୟାଚରେ ବିଜୟୀ ହୁଅନ୍ତି, ତେବେ ଉନ୍ନତ ରନ୍ ରେଟ୍ ଆଧାରରେ ଇଂଲଣ୍ଡ ସେମିଫାଇନାଲକୁ ଯାଇପାରେ । ତେଣୁ ଇଂଲଣ୍ଡ ଏବେ, ଅଷ୍ଟ୍ରେଲିଆର ସେମିଫାଇନାଲ ରାସ୍ତାରେ ବଡ ବାଧକ ହୋଇପାରେ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe