ଟି-ଟ୍ୱେଣ୍ଟିରେ କୋହଲିଙ୍କ ପରେ କିଏ ହେବ ପରବର୍ତ୍ତି କ୍ୟାପଟେନ୍? ଚର୍ଚ୍ଚାରେ ୪ଜଣଙ୍କ ନାଁ

116

କନକ ବ୍ୟୁରୋ : ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୧ ଭାରତର ପାଇଁ ସମ୍ପୁର୍ଣ୍ଣ ନିରାସଜନକ ରହିଛି । ରବିବାର ଆଫଗାନିସ୍ତାନଠାରୁ ନ୍ୟୁଜିଲାଣ୍ଡ ଜିତିବା ପରେ ଭାରତର ସେମି ଫାଇନାଲ ଯିବା ଆଶା ମଉଳିଯାଇଛି । ଆଜି ନାମ୍ବିଆ ସହ ଭାରତର ଶେଷ ମୁକାବିଲା ରହିଛି । ମ୍ୟାଚ୍ ସରିବା ସହ ଟି-ଟ୍ୱେଣ୍ଟି ବିଶ୍ୱକପ୍ କ୍ୟାପଟେନସିପରେ ବିରାଟ କୋହଲିଙ୍କର ଆଜି ହେଉଛି ଶେଷ ଦିନ । ଅର୍ଥାତ୍ ଆଗକୁ ଆଉ ଟି-ଟ୍ୱୋଣ୍ଟିରେ କ୍ୟାପଟେନସିପ୍ କରିବେନାହିଁ ବିରାଟ କୋହଲି । ଆଗକୁ ଟି-ଟ୍ୱେଣ୍ଟି ମ୍ୟାଚରେ ଅଧିନାୟକତ୍ୱ ନକରିବା ପାଇଁ ବିରାଟ କୋହଲି ଘୋଷଣା କରିବା ପରେ ପ୍ରଶ୍ନ ଉଠିଥିଲା କିଏ ହେବ ଭାରତୀୟ କ୍ରିକେଟ୍ ଦଳର ପରବର୍ତି ଅଧିନାୟକ ? ଏବେ ସାମ୍ନାକୁ ଆସିଛି ୪ଜଣଙ୍କ ନାଁ…
ରୋହିତ ଶର୍ମା : ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତି ଅଧିନାୟକ ପାଇଁ ପ୍ରଥମ ପସନ୍ଦ ହେଉଛନ୍ତି ରୋହିତ ଶର୍ମା । କାରଣ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଂଡିଆନ୍ସ ୫ଥର ଆଇପିଏଲ ବିଜେତା ହୋଇପାରିଛି । ରୋହିତ ଶର୍ମା କାମଚଳା ଅଧିନାୟ ଭାବେ ଏସିଆ କପ୍ ଏବଂ ନିଦାସ ଟ୍ରଫି ଟ୍ରାଇ ସିରିଜ୍ ପରି ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ଭାରତ ଟ୍ରଫି ଜିଲାବାରେ ସଫଳ ହୋଇଛନ୍ତି । ରୋହିତ ଶର୍ମାଙ୍କୁ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି  କ୍ୟାପଟେନ୍ କୁଲ ଭାବେ ମଧ୍ୟ ବିବେଚନା କରାଯାଏ ।

ୠଷଭ ପନ୍ତ : ଦ୍ୱିତୀୟ ପସନ୍ଦ ଭାବେ ୠଷଭ ପନ୍ତଙ୍କ ନାଁ ସାମ୍ନାକୁ ଆସିଛି । ଋଷଭ ପନ୍ତ ଟିମ୍ ଇଣ୍ଡିଆର ପରବର୍ତ୍ତି ଅଧିନାୟକ ହୋଇପାରନ୍ତି । ଗତ କିଛି ମାସରେ ଭାରତୀୟ ଦଳରେ ଋଷଭ ପନ୍ତଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହି କାରଣ ପାଇଁ ଋଷଭ ପନ୍ତଙ୍କୁ ଟି-ଟ୍ୱେଣ୍ଟିରେ ଭାରତୀୟ ଦଳର ଅଧିନାୟକତ୍ୱ କରିବାର ସୁଯୋଗ ମିଳିପାରେ । ଏହି ସହିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅଧିନାୟକ ଭାବେ ଭଲ କାମ କରିଛନ୍ତି ଋଷଭ ।

କେଏଲ ରାହୁଲ : ଭାରତୀୟ ଦଳକୁ ଯଦି ଏକ ଭଲ ଅଧିନାୟକର ଆବଶ୍ୟକ ରହିଛି ତାହେଲେ କେଏଲ ରାହୁଲ ଏକ ଭଲ ବିକଳ୍ପ ହୋଇପାରନ୍ତି । ଭାରତୀୟ ଦଳରେ ଏବେ ସୁଦ୍ଧା କେଏଲ ରାହୁଲଙ୍କ ଭଲ ପ୍ରଦର୍ଶନ ରହିଛି । କେବଳ ଟି-ଟ୍ୱେଣ୍ଟି କାହିଁକି ୫୦ ଓଭର ଇଣ୍ଟରନ୍ୟାସନାଲ ମ୍ୟାଚରେ ବି ରାହୁଲଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଲିଛି ।

ଶ୍ରେୟସ ଆୟର : ମୁମ୍ବାଇର ୨୬ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର (ଶ୍ରେୟସ ଆୟର) ୨୦୧୭ରେ ଭାରତୀୟ ଦଳ ପାଇଁ ଆନ୍ତର୍ଜାତିକ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ। ଅଧିନାୟକତ୍ୱ ବିଷୟରେ କହିବାକୁ ଗଲେ, ଆୟାର ଆଇପିଏଲ ୨୦୧୮ ରେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) ଦଳର ଅଧିନାୟକ ଭାବରେ ନିଯୁକ୍ତ ହୋଇଥିଲେ। ଏହାପରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍ ୨୦୨୦ରେ ଫାଇନାଲରେ ପ୍ରବେଶ କରିଥିଲା… ଏହି ଦୃଷ୍ଟିରୁ, ଏହା କହିବା ଭୁଲ ହେବ ନାହିଁ ଯେ ସେ ଭାରତୀୟ ଦଳର ଅଧିନାୟକତ୍ୱ ପାଇଁ ଏକ ପ୍ରମୁଖ ଦାବିଦାର ।