ଟ୍ୱି-୨୦ ବିଶ୍ୱକପ୍: ଭାରତଠୁ ପ୍ରଥମ ଥର ପାଇଁ ଜିତିଲା ପାକିସ୍ତାନ୍।

162

କନକ ବ୍ୟୁରୋ : ଦୁଇବାରେ ଟ୍ୱି-୨୦ ଦଙ୍ଗଲ । ଭାରତଠୁ ପ୍ରଥମ ଥର ପାଇଁ ଜିତିଲା ପାକିସ୍ତାନ୍, ବିନା କୌଣସି ୱିକେଟ ହରାଇ ହେଲା ବିଜୟ । ପାକିସ୍ତାନ ଦଳର କ୍ୟାପଟେନ୍ ବାବର ଆଜମ ଓ ମହମ୍ମଦ ରିଜୁଆନଙ୍କ ଶତକୀୟ ପାର୍ଟନରସିପ ବଳରେ ଜିତିଲା ପାକ୍ । ତେବେ ପାକିସ୍ତାନ ସାମ୍ନାରେ ୧୫୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଟିମ୍ ଇଣ୍ଡିଆ । ଅଧିନାୟକ ବିରାଟ କୋହଲି ଏବଂ ରିଷଭ ପନ୍ଥଙ୍କ ରୋମାଞ୍ଚକର ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିଥିଲା ।

ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ । କୌଣସି ରନ୍ କରିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ପରେ ପରେ କେଏଲ୍ ରାହୁଲ ମଧ୍ୟ ମାତ୍ର ୩ ରନ୍ କରି ପ୍ୟାଭିଲିୟନ୍ ଫେରିଯାଇଥିଲେ । ଏହା ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଯାଇଥିଲେ । କିନ୍ତୁ ଅଧିନାୟକ ବିରାଟ କୋହଲି ଆଜି ସମସ୍ତଙ୍କ ମନ କିଣିନେଇଛନ୍ତି ।

ବିରାଟ କୋହଲି ଏବଂ ଋଷଭ ପନ୍ଥ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଋଷଭ ପନ୍ଥ ୩୦ଟି ବଲ୍ ଖେଳି ୩୯ ରନ୍ କରିଥିଲେ । ଯେଉଁଥିରେ ସାମିଲ୍ ରହିଥିଲା ୨ଟି ବିଶାଳ ଛକା ଏବଂ ୨ଟି ଚୌକା । ସେହିପରି ଅଧିନାୟକ ବିରାଟ କୋହଲି ୪୯ଟି ବଲ୍ ଖେଳିଥିବା ବେଳେ ୫୭ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଯେଉଁଥିରେ ସାମିଲ ଥିଲା ଗୋଟିଏ ଛକା ଏବଂ ୫ଟି ଚୌକା ସାମିଲ ରହିଛି ।