ଟି-୨୦ ବିଶ୍ୱକପ: ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୧୦ ୱିକେଟରେ ଜିତିଲା ଓମାନ

165

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଟ-୨୦ ବିଶ୍ୱକପ । ଆଜି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ପାପୁଆ ନ୍ୟୁ ଗ୍ୟୁନିଆକୁ ବଡ ବ୍ୟବଧାନରେ ହରାଇଛି ଓମାନ । ଓମାନ ଏହି ମ୍ୟାଚରେ ୧୦ ୱିକେଟରେ ବିଜୟ ଲାଭ କରିଛି । ଓମାନ ପକ୍ଷରୁ ଦୁଇ ଓପନର ଏହି ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି ।

ଏହି ମ୍ୟାଚରେ ଓମାନ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ପାପୁଆ ନ୍ୟୁ ଗ୍ୟୁନିଆ । ହେଲେ ଓମାନ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ପାପୁଆ ନ୍ୟୁ ଗ୍ୟୁନିଆର ବ୍ୟାଟ୍ସମ୍ୟାନମାନେ । ଦଳ ପକ୍ଷରୁ ଅସଦ ଭାଲା ୫୬, ଚାରଲେସ ଆମିନ ୩୭ ରନ କରିଥିଲେ । ହେଲେ ଆଉ କୌଣସି ଖେଳାଳି ବଡ ସ୍କୋର କରିପାରିନଥିଲେ । ଫଳରେ ୨୦ ଓଭରରେ ୯ ୱିକେଟ ହରାଇ ୧୨୯ ରନ କରିଥିଲା ଦଳ ।

୧୩୦ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଓମାନ ଦଳ । ଦଳର ଦୁଇ ଓପନର ହିଁ ଏହି ମ୍ୟାଚକୁ ଜିତାଇଥିଲେ । ଆକ୍ୟୁବ ୫୦, ଜିତେନ୍ଦ୍ର ସିଂ ୭୩ ରନ କରିଥିଲେ । ଫଳରେ ଦଳ ୧୩ ଓଭର ସୁଦ୍ଧା ଏହି ମ୍ୟାଚରେ ଜିତି ନେଇଥିଲା ।