ଆହୁରି ୪ଦିନ ବଢିବ ତାତି,ସକାଳ ସାଢ଼େ ୮ଟା ସୁଦ୍ଧା ୧୩ ସହରର ତାପମାତ୍ରା ୩୩ ଡିଗ୍ରୀ ପାର। ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

Advertisment
ଆହୁରି ୪ଦିନ ବଢିବ ତାତି,ସକାଳ ସାଢ଼େ ୮ଟା ସୁଦ୍ଧା ୧୩ ସହରର ତାପମାତ୍ରା ୩୩ ଡିଗ୍ରୀ ପାର। ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

କନକବ୍ୟୁରୋ : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ସକାଳ ସାଢ଼େ ୮ଟା ସୁଦ୍ଧା ୧୩ ସହରର ତାପମାତ୍ରା ୩୩ଡିଗ୍ରୀ ଅତିକ୍ରମ କରିଛି । ୩୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତପ୍ତ ସହର ପାଲଟିଛି । ଭବନୀପାଟଣାରେ ତାପମାତ୍ରା ୩୫.୫, ତାଳଚେରରେ ୩୫.୪, ବାରିପଦାରେ ୩୫.୨, ବାଲେଶ୍ୱରରେ ଓ କେନ୍ଦୁଝରରେ ୩୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆଜି କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ଛୁଇଁବାର ଆଶଙ୍କା ରହିଛି । ହିଟୱେଭ ନେଇ ୧୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମେ ୧ ତାରିଖ ଯାଏ ସମାନ ସ୍ଥିତି ଲାଗି ରହିବ ବୋଲି ଆକଳନ କରାଯାଇଛି । ଭୀଷଣ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ଏସଆରସି । ଖରାରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe