ପୁଣି ଆଇପିଏଲରେ ପଶିଲା କରୋନା । ହାଇଦ୍ରାବାଦର ଫାଷ୍ଟ ବୋଲର ନଟରାଜନ ପଜିଟିଭ୍ ଚିହ୍ନଟ । 

129

କନକ ବ୍ୟୁରୋ : ପୁଣି ଆଇପିଏଲରେ ପଶିଲା କରୋନା । ସନରାଇଜର୍ସ ହାଇଦ୍ରାବାଦର ଖେଳାଳୀ ଟି ନଟରାଜନ କରୋନା ପିଜଟିଭ ଚିହ୍ନଟ ହୋଇଛନ୍ତି ।  ନଟରାଜନ ନିଜକୁ ସଙ୍ଗରୋଧରେ ରଖିଛନ୍ତି । ତେବେ ନଟରାଜନଙ୍କ ସହ ଟିମର ଅନ୍ୟ ୬ ଜଣ ସଦସ୍ୟଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି । ଯେଉଁମାନେ ନଟରାଜନଙ୍କ ସମ୍ପର୍କରେ ଆସିଥିଲେ । ନଟରାଜନଙ୍କ ଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳୁନଥିବା ବେଳେ ରିପୋର୍ଟ ପଜିଟିଭି ଆସିଛି । ସେହିଭଳି ୬ ଜଣ ସଙ୍ଗରୋଧରେ ରହିଥିବା ଟିମ୍ ସଦସ୍ୟ ହେଉଛନ୍ତି ବିଜୟ ଶଙ୍କର, ଟିମ୍ ମ୍ୟାନେଜର ବିଜୟ କୁମାର, ଫିଜିଓ ଶ୍ୟାମ ସୁନ୍ଦର, ଡାକ୍ତର ଅଞ୍ଜନା ଭାନନ, ଲଜିଷ୍ଟିକ ମ୍ୟାନେଜର ତୁଷାର ଖେଡେକର, ନେଟ ବୋଲର ପେରିଆସାମି ଗଣେଶନ ।

ଆଜି ସନ୍ଧ୍ୟାରେ ହାଇଦ୍ରାବାଦ ଓ ଦିଲ୍ଲୀ ମଧ୍ୟରେ ଆଇପିଏଲ ମୁକାବିଲା ହେବାକୁ ଯାଉଛି । ତେବେ ଏହି ମ୍ୟାଚ୍ ଉପରେ କୌଣସି ପ୍ରଭାବ ପଡିବ ନାହିଁ ଓ ପୂର୍ବ ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଖେଳାଯିବ  । ମ୍ୟାଚ୍ ପୂର୍ବରୁ ଯେଉଁ ଆରଟି-ପିସିଆର ଟେଷ୍ଟ ହୁଏ ସେଥିରେ ନଟରାଜନଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ଅନ୍ୟ ସଦସ୍ୟଙ୍କର କରୋନା ଟେଷ୍ଟ ହୋଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ୍ ଆସିଛି । ତେଣୁ ଆଜି ମ୍ୟାଚ୍ ଖେଳାଯିବ ବୋଲି କହିଛି ବିସିସିଆଇ । ପୂର୍ବରୁ କରୋନା କାରଣରୁ ଭାରତରେ ଆଇପିଏଲକୁ ଅଧାରେ ବାତିଲ କରାଯାଇଥିଲା । ଏବେ ୟୁଏଇରେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ଖେଳାଯାଉଛି ।