କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ସୁପର ୧୨ ପାଇଁ ସବୁ ଟିମର ନିର୍ଣ୍ଣୟ ସରିଛି । ଜିମ୍ବାୱେ ସୁପର ୧୨ରେ ପ୍ରବେଶ କରିଥିବା ଶେଷ ଟିମ୍ । ସ୍କଟଲାଣ୍ଡକୁ ୫ ୱିକେଟରେ ହରାଇ ଜିମ୍ବାୱେ ସୁପର ୧୨ରେ ପ୍ରବେଶ କରିବାରେ ସଫଳ ହୋଇଛି । ଜିମ୍ବାୱେ ପୂର୍ବରୁ ଶ୍ରୀଲଙ୍କା, ନେଦରଲାଣ୍ଡ ଓ ଆୟର୍ଲାଣ୍ଡ ସୁପର ୧୨ରେ ପହଞ୍ଚି ସାରିଛନ୍ତି । ଏହି ୪ ଟିମ ମଧ୍ୟରୁ ଟିମ ଇଣ୍ଡିଆର ଗ୍ରୁପରେ ନେଦରଲାଣ୍ଡ ଓ ଜିମ୍ବାୱେକୁ ସ୍ଥାନ ମିଳିଛି । ସେହିପରି ଶ୍ରୀଲଙ୍କା ଓ ଆୟର୍ଲାଣ୍ଡ ଗ୍ରୁପ ଏରେ ରହିଛନ୍ତି ।

Advertisment

ଜିମ୍ବାୱେ ଗ୍ରୁପ ବିରେ ପ୍ରଥମ ସ୍ଥାନରେ ରହିଛି । ଯେଉଁ ଟିମରେ ରହିଛନ୍ତି ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ । ତେବେ ବର୍ତ୍ତମାନର ହିସାବ ଦେଖିଲେ ଜଣାପଡୁଛି ଭାରତ ନଭେମ୍ବର ୬ ତାରିଖରେ ଜିମ୍ବାୱକୁ ଭେଟିବ । ସେହିପରି ଅକ୍ଟୋବର ୨୭ରେ ହେବାକୁ ଥିବା ମ୍ୟାଚରେ ନେଦରଲାଣ୍ଡକୁ ଭେଟିବ ଭାରତ ।

ସୁପର-୧୨

ଗ୍ରୁପ-୧: ଲଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ଶ୍ରୀଲଙ୍କା, ସ୍କଟଲାଣ୍ଡ

ଗ୍ରୁପ-୨: ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନେଦରଲାଣ୍ଡ, ଜିମ୍ବାୱେ