ଆଇସକ୍ରିମ୍ କାଠିରେ ବିଶ୍ୱକପ୍ ଟ୍ରଫି । ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ଚିତ୍ରକର ମନୋଜ । 

Advertisment
ଆଇସକ୍ରିମ୍ କାଠିରେ ବିଶ୍ୱକପ୍ ଟ୍ରଫି । ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ଚିତ୍ରକର ମନୋଜ । 

କନକ ବ୍ୟୁରୋ : ଆଇସକ୍ରିମ କାଠିରେ ବିଶ୍ବକପ୍‌ ଟ୍ରଫି ପ୍ରସ୍ତୁତ କରି ଅଭିନବ ଢଙ୍ଗରେ ଟିମ୍‌ ଇଣ୍ତିଆକୁ ଶୁଭେଚ୍ଛା ଜଣାଇଛନ୍ତି କଟକର ଚିତ୍ରକର ମନୋଜ ସାହୁ। ଆସନ୍ତାକାଲି (ରବିବାର) ଦିନ ଭାରତ ଓ ପାକିସ୍ଥାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକାବିଲା ହେବ। କଟକର ସିଡ଼ିଏ ସେକ୍ଟର-୭ ଠାରେ ରହୁଥିବା ରାମଚନ୍ଦ୍ର ସାହୁ ଓ ପ୍ରମିଳା ସାହୁଙ୍କ ପୁଅ ‌ମ‌ନୋଜ ସାହୁ ପେସାରେ ଜଣେ ସ୍କୁଲ ଶିକ୍ଷକ ହେଲେ ବି ନିଶା ତାଙ୍କ ଚିତ୍ର ଆଙ୍କିବା। ଟି-୨୦ ବିଶ୍ବକପ ମହାସମର ସୁପର ୧୨ ପର୍ଯ୍ୟାୟ ମ୍ୟାଚ୍‌ରେ ଆସନ୍ତାକାଲି ରବିବାର ଦିନ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରହିଥିବାବେଳେ ଏହାକୁ ନଜରରେ ରଖି ଟିମ୍‌ ଭାରତକୁ ଶୁଭେଚ୍ଛା ଜଣାଇ ବନାଇଛନ୍ତି ବିଶ୍ବକପ୍‌ ଟ୍ରଫି।

ଏଥିରେ ପ୍ରାୟ ୬୦ଟି ଆଇସକ୍ରିମ କାଠି ବ୍ୟବହାର ହୋଇଛି। ପୂର୍ବରୁ ସାବୁନ, ଗୁଆ, ଶୁଖିଲା ପତ୍ର, ବଭିନ୍ନ ପ୍ରକାରର ଡ଼ାଲି ଭଳି ସାମଗ୍ରୀକୁ ବ୍ୟବହାର କରି ସେ ଭଳି କି ଭଳି ଚିତ୍ର ସୃଷ୍ଟି କରୁଥିବା ବେଳେ ଏବେ ଆଇସକ୍ରିମ୍ କାଠିରେ କ୍ରିକେଟ୍‌ ବିଶ୍ବ କପ୍ ଟ୍ରଫି ପ୍ରସ୍ତୁତ କରି ସେ ଚର୍ଚ୍ଚାକୁ ଆସିଛନ୍ତି। ଆଗାମୀ ଦିନରେ ଏହି ଚିତ୍ର କଳା ସଂପର୍କରେ ସେ ଛୋଟ ପିଲାଙ୍କୁ ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe