କନକ ବ୍ୟୁରୋ: ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ୍ । ୨୦୨୮ରେ ଲସ୍ ଆଞ୍ଜେଲସରେ ହେବାକୁଥିବା ଅଲିମ୍ପିକ୍ସ ପାଇଁ ଟି-୨୦ ଫର୍ମାଟକୁ ଅନୁମୋଦନ ମିଳିଛି । ମୁମ୍ବାଇରେ ଆୟୋଜିତ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ବୈଠକରେ ଏହି ନିଷ୍ପତି ନିଆଯାଇଛି । କ୍ରିକେଟ୍ ବ୍ୟତୀତ ଆଉ ୪ଟି କ୍ରୀଡ଼ାକୁ ଅଲିମ୍ପିକ୍ସରେ ସାମିଲ କରାଯାଇଛି । ବେସ୍ବଲ୍, ସଫ୍ଟବଲ୍, ଫ୍ଲାଗ୍ ଫୁଟ୍ବଲ ଓ ସ୍କ୍ୱାସକୁ ଅଲିମ୍ପିକ୍ସରେ ସାମିଲ କରାଯାଇଛି ।

Advertisment

ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେବା ପଛରେ ବିରାଟ କୋହଲିଙ୍କର ବଡ଼ ଭୂମିକା ଥିବା କୁହାଯାଉଛି । କ୍ରିକେଟରେ କୋହଲିଙ୍କ ପ୍ରାଧାନ୍ୟକୁ ବେଶ୍ ଗୁରୁତ୍ୱ ଦେଇଛି ଲସ୍ ଆଲେଞ୍ଜସ୍ ଅଲିମ୍ପିକ୍ସର ଆୟୋଜକ । ଆୟୋଜକ କହିଛି, ସୋସିଆଲ ମିଡିଆରେ କୋହଲିଙ୍କର ୩୪୦ ମିଲିୟନ୍ ଫଲୋଅର୍ସ ଅଛନ୍ତି । ଏହି ତାଲିକାରେ କୋହଲି ତୃତୀୟ ସ୍ଥାନରେ ରହିଛନ୍ତି । ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେବା ପରେ ଭାରତର ପଦକ ଆଶା ବଢ଼ିଛି । ନିକଟରେ ଚୀନରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲା ଭାରତୀୟ କ୍ରିକେଟ୍ ଟିମ୍ । ତେଣୁ ଅଲିମ୍ପିକ୍ସରେ ଭାରତ ପଦକ ଜିତିବାର ସମ୍ଭାବନା ଅଧିକ ଥିବା କ୍ରିକେଟପ୍ରେମୀ ଆଶାବ୍ୟକ୍ତ କରିଛନ୍ତି ।