ବିଶ୍ୱକୁ ଆନ୍ଦୋଳିତ କଲା ସିରିୟାର ଦୁଃଖଦ ଫଟୋ ! ବାପା ହାତରେ ଦୁଇ କୁନି ଝିଅଙ୍କ ମୃତଦେହ

32

କନକ ବ୍ୟୁରୋ : ସିରିୟାର ଏକ ଫଟୋ ଏବେ ସାରା ବିଶ୍ୱକୁ ଆନ୍ଦୋଳିତ କରିଛି । ଏହି ଫଟୋରେ ଜଣେ ବାପା ତାଙ୍କର ଦୁଇ କୁନି ଝିଅଙ୍କ ଶବକୁ ଜାବୁଡି ଧରିଛନ୍ତି । ସିରିୟାର ପଶ୍ଚିମ ଇଦଲିବରେ ହୋଇଥିବା କ୍ୟାମିକାଲ ଆଟାକରେ ଏହି ଦୁଇ କୁନି ଝିଅ ପ୍ରାଣ ହରାଇଛନ୍ତି । ସିରିୟାର ହୋଇଥିବା କ୍ୟାମିକାଲ ଆଟାକରେ ଏଠାକାର ବାସିନ୍ଦା ଅବଦେଲ ହମିଦ ଅଲ୍ୟୁସୁଫ ତାଙ୍କ ପରିବାରର ୨୨ଜଣଙ୍କୁ ହରାଇଛନ୍ତି ।

ଏଥିରେ ଅଛନ୍ତି ତାଙ୍କର ୯ମାସର ଦୁଇ ଜାଆଁଳା ଝିଅ ଆୟା ଓ ଅହମଦ । ସିରିୟାରେ କେତେକ ବଡ ପରିବାର ମଧ୍ୟରୁ ହମିଦଙ୍କ ପରିବାର ଅନ୍ୟତମ । ପରିବାରର ୨୨ଜଣଙ୍କୁ ହରାଇବା ପରେ ଭାଙ୍ଗିପଡିଛନ୍ତି ହମିଦ । ସେମାନଙ୍କୁ ଏକାଠି ଗୋଟିଏ ସ୍ଥାନରେ କବର ଦେଇଛନ୍ତି ସେ । ଏହି ଆକ୍ରମଣରେ ୮୦ରୁ ଉଦ୍ଧ୍ୱର୍ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏଥିରେ ୩୦ଜଣ ଶିଶୁ ଓ ୨୦ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଆକ୍ରମଣ ସିରିୟା ସରକାର ନା ତାଙ୍କ ସହଯୋଗୀ ଋଷିଆ ସରକାର କରିଛନ୍ତି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ମଙ୍ଗଳବାର ଦିନ ହୋଇଥିବା ଏହି କ୍ୟାମିକାଲ ଆଟାକ ପରେ ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କୁନିଝିଅଙ୍କ ଶବକୁ ଜାବୁଡି ଧରି କାନ୍ଦୁଥିବା ଏହି ଫଟୋ ସାରା ବିଶ୍ୱକୁ ଦୋହଲାଇ ଦେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-