ନର୍କ ହେଲା ସିରିୟା! କୋମଳ ଛୁଆଙ୍କ ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖି ନ କାନ୍ଦି ରହିପାରିବେନି ।

43

ଶିଶୁ ହେଉଛନ୍ତି ଭଗବାନ ସଦୃଶ । ଛନ୍ଦକପଟ ଏବଂ କନ୍ଦଳ ସହ ଯାହାଙ୍କ ଦୂର ଦୂର ପର୍ଯ୍ୟନ୍ତ କୌଣସି ସଂବନ୍ଧ ନଥାଏ । କିନ୍ତୁ ସିରିୟା ଉପରେ ଯେଭଳି କଅଁଳ ଛୁଆଙ୍କ ପ୍ରତି ନିଷ୍ଠୁରତା ପ୍ରଦର୍ଶନ କରାଯାଉଛି ସେଥିରୁ ମନୁଷ୍ୟର ଅମାନୁଷିକତାର ପ୍ରମାଣ ମିଳୁଛି । ଶନିବାର ସିରିୟାରେ ପୁନଶ୍ଚ ରସାୟନିକ ବୋମା ବିସ୍ଫୋରଣ କରାଯାଇଛି । ଏହି ଘଟଣା ସିରିୟାବାସୀଙ୍କ ସମେତ ଦୁନିଆର ପ୍ରତିକୋଣରେ ରହିଥିବା ଲୋକଙ୍କ ଛାତିକୁ ଦୋହଲାଇ ଦେଇଛି । ବିଦ୍ରୋହୀଙ୍କ ଅକ୍ତିଆର ଥିବା ସ୍ଥାନ ମୃତ୍ୟୁ ଦୋଉମାଠାରେ ଶନିବାର ବିଷାକ୍ତ ଗ୍ୟାସ୍ ବାୟୁମଣ୍ଡଳରେ ମିଶିବା ପରେ ଏହାର ପ୍ରଭାବରେ ୧୦୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ମୃତ୍ୟୁରେ ଛୋଟ ଛୁଆଙ୍କ ସଂଖ୍ୟା ଅଧିକ ଅଛି ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ ଦୋଉମାଠାରେ ଘଟିଥିବା ଏହି ବିସ୍ଫୋରଣରେ ୫୦୦ ଲୋକ ପ୍ରଭାବିତ ହୋଇଛନ୍ତି । ସଂଗଠନ କର୍ମମର୍ତ୍ତାଙ୍କ କହିବାନୁସାରେ ମେଡିକାଲ୍ କ୍ୟାମ୍ପରେ ୫୦୦ରୁ ଅଧିକ ଲୋକଙ୍କ ଚିକିତ୍ସା ହେଉଥିବା ବେଳେ ଏଥିରେ ଅଧିକ ସଂଖ୍ୟକ ଶିଶୁ ସାମିଲ ଥିଲେ । ଏହି ଶିଶୁମାନଙ୍କଠାରୁ ବିଷାକ୍ତ ରସାୟନିକ ଗ୍ୟାସ୍ ଏକ୍ସପୋଜରର ଲକ୍ଷଣ ଦେଖିବାକୁ ମିଳିଥିଲା । ଏହି ଶକ୍ତିଶାଳୀ ଗ୍ୟାସର ପ୍ରଭାବରେ ମସ୍ତିଷ୍କ କାର୍ଯ୍ୟ ନକରିବା, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା,ଖାଦ୍ୟ ଖାଇବାରେ ଅସୁବିଧା, ଦେହରେ ଫୋଟକା ଏବଂ ଚର୍ମ ଉପୁଠିବା ଭଳି ଭୟାନକ ସମସ୍ୟା ଦେଖା ଦେଇଥିଲା । କୁହାଯାଉଛି ଯେ ସରିନ୍ ନାମକ ଗ୍ୟାସର ପ୍ରଭାବ ଦ୍ୱାରା ଏଭଳି ଅବସ୍ଥା ଉପୁଜିଛି । ସ୍ୱାସ୍ଥ୍ୟ ସଂଗଠନ ତରଫରୁ ବୋମା ପ୍ରଭାବିତ ଅଞ୍ଚଳକୁ ସହାୟତା କରିବା ପାଇଁ ଡାକ୍ତର ଟିମ୍ ପଠାଯାଇଛି ।ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ୍ ,ଇରାନ୍ ଏବଂ ସିରିୟା ରାଷ୍ଟ୍ରପତି ବସର-ଅଲ୍-ଅସଦଙ୍କୁ ଏହାର ଦୋଷ ଦେଇଛନ୍ତି । ସୁଚନାନୁସାରେ ରାଷ୍ଟ୍ରପତି ଟ୍ରମ୍ପ ୪୮ ଘଣ୍ଟା ଭିତରେ ଏଥିନିମନ୍ତେ ବଡ ନିୟମ ନେବାକୁ ଚିନ୍ତା କରିଛନ୍ତି । ଋଷ୍ ଟ୍ରମ୍ପଙ୍କ ଏହି ଆରୋପକୁ ମିଥ୍ୟା କହି ଦୂରେଇ ଦେଇଛି । ଏହି ଘଟଣା ପରେ ହଜାର ହଜାର ଲୋକ ସିରିୟା ଛାଡି ଉତ୍ତର ସିରିୟା ଅଭିମୁଖେ ବସରେ ପଳାୟନ କଲେ ।ଅନ୍ୟପକ୍ଷେ ରାଷ୍ଟ୍ରପତି ଟ୍ରମ୍ପ ଟ୍ୱିଟରରେ ଟ୍ୱିଟ୍ କରି କହିଛନ୍ତି ଯେ, “ଋଷ୍ ଅଣ୍ଟା ଭିଡିନିଅ, ଶକ୍ତିଶାଳୀ,ସ୍ମାର୍ଟ ତଥା ନୁଆ ମିଶାଇଲ୍ ଖୁବଶୀଘ୍ର ଆସୁଛି । ତୁମକୁ ବିଷାକ୍ତ ଗ୍ୟାସ୍ ନିଜ ଲୋକଙ୍କ ଉପରେ ପକାଇ କିପରି ଖୁସି ମିଳୁଛି ତାହା ମୁଁ ଜାଣିନାହିଁ କିନ୍ତୁ ତୁମର ଏହି ଖୁସି ବହୁ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିବନି ।