ସାମନାକୁ ଆସିଲା ସିନ୍ଥେଟିକ୍ ପନିରର ସତ । ବାସି କ୍ଷୀର ସହ ମିଶୁଛି ସଲଫ୍ୟୁରିକ୍ ଏସିଡ୍ ଓ ଗ୍ଲିସେରିନ୍ । ବିଶେଷଜ୍ଞଙ୍କ ମତ, ନିୟମିତ ଖାଇଲେ ଦେଖାଦେବ ସାଂଘାତିକ ସ୍ୱାସ୍ଥ୍ୟ ସମସ୍ୟା

175

କନକ ବ୍ୟୁରୋ : କଟକରୁ ନକଲି ପନିର ଜବତ ହେବା ପରେ ଏବେ ଭାଳେଣୀ ପଡିଯାଇଛି । କାରଣ ଏହି ସିନ୍ଥେଟିକ ପନିରର ପ୍ରସ୍ତୁତି ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେଇଦେବେ । ଡିଟରଜେଂଟ, ୟୁରିୟା ସାର, ସଲଫ୍ୟୁରିକ୍ ଏସିଡ୍, ଗି୍ଲସେରିନ୍, ମଇଦା ଓ ଅବ୍ୟବହୃତ ବାସି କ୍ଷୀରରେ ତିଆରି ହେଉଥିଲା ଏହି ସିନ୍ଥେଟିକ ପନିର । ବିଭିନ୍ନ ରାସାୟନିକ ଦ୍ରବ୍ୟ ମିଶାଇ ତିଆରି କରାଯାଉଥିଲା । ଯାହା ଖାଇଲେ ସାଘାତିକ ରୋଗ ହେବାର ଆଶଙ୍କା ଥିବା ବିଶେଷଜ୍ଞ କହିଛନ୍ତି ।

ଏହି ନକଲି ପନିରକୁ କୁହାଯାଉଛି ସିନ୍ଥେଟିକ ପନିର । କୋଲକାତାରୁ କଟକକୁ ବସରେ ଚାଲାଣ ହେଉଥିବା ବେଳେ ପ୍ରାୟ ୧ କ୍ୱିଂଟାଲ ପନିର ଜବତ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପନିରର ପ୍ରସ୍ତୁତି, ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ । ଡିଟରଜେଂଟ, ୟୁରିୟା ସାର, ସଲଫ୍ୟୁରିକ୍ ଏସିଡ୍, ଗି୍ଲସେରିନ୍, ମଇଦା ଓ ଅବ୍ୟବହୃତ କ୍ଷୀର । ଏହା ସହିତ ଅନେକ ରାସାୟନିକ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହେଉଥିଲା ପନିର । ଯାହାକି ଶରୀର ପାଇଁ ବହୁଳ ପରିମାଣରେ କ୍ଷତିକାରକ । ନିୟମିତ ଏଭଳି ପନିର ଖାଇଲେ, ହାର୍ଟ୍ ଏବଂ କିଡ୍ନୀ ସମେତ ପେଟ ସମସ୍ୟା ଉପୁଜିବାର ଆଶଙ୍କା ରହିଛି ।

ପୋଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି । କଲି ପନିର୍ ଜବତ ହେବା ଘଟଣାକୁ ନେଇ ଲୋକଙ୍କ ଭିତରେ ଭାଲେଣି ପଡିଛି । ଏବେ ପୋଲିସ ଖୋଜୁଛି ଏହାର ଚେର କୁଆଡେ କୁଆଡେ ଲମ୍ବିଛି । ରାଜ୍ୟର ଆଉ କେଉଁ କେଉଁ ଯାଗାକୁ ଏହି ପନିର ଚାଲାଣ ହେଉଥିଲା । କାରଣ ୭୦ଟଙ୍କାରେ କିଣାଯାଇ ଏହି ପନିର ୨୦୦ରୁ ୨୫୦ ଟଙ୍କାରେ ବିକ୍ରି କରାଯାଉଥିଲା । ସନ୍ଦେହ କରାଯାଉଛି ଖାଲି କଟକ କାହିଁକି ରାଜ୍ୟର ଅନ୍ୟ ଜିଲ୍ଲାକୁ ମଧ୍ୟ ଯାଉଥିଲା ଏହି ସିନ୍ଥେଟିକ ପନିର ।

ଘିଅ, ମସଲା, ସସ୍ ଓ ସିମେଂଟ ପରେ ନକଲି ପନିର୍ ଜବତ ହେବା ଘଟଣାକୁ ନେଇ ଲୋକଙ୍କ ଭିତରେ ଭାଲେଣି ପଡିଛି । ବାରମ୍ବାର ଏଭଳି ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ ଠାବ ହେଉଥିଲେ ସୁଦ୍ଧା କାହିଁକି ଏହି କଳାବଜାରୀ ବ୍ୟବସାୟୀମାନଙ୍କ ଉପରେ ଲଗାମ୍ ଲାଗି ପାରୁନାହିଁ, ତାକୁ ନେଇ ବଡ଼ ପ୍ରଶ୍ନ ଚିହ୍ନ ଛିଡ଼ା ହୋଇଛି ।